Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumar Swain

Inspirational

3.6  

Bijaya Kumar Swain

Inspirational

ମଧୁର ବଚନେ ବଇରୀ ବଶ

ମଧୁର ବଚନେ ବଇରୀ ବଶ

1 min
133



  

ବଚନ ବଚନ ମଧୁର ବଚନ

ମଧୁର ବଚନ କିଣଇ ମନ

  ମନେ ବୁଣେ ହରଷ

  ଦୂର ହୁଏ ବିରସ

ମଧୁର ବଚନେ ବଇରୀ ବଶ

  ମଧୁର ବଚନେ ବଇରୀ ବଶ,,,,l


ମଧୁର ବଚନ ନ କହିବା ଯେବେ

  କର୍କଶ ବଚନ କାହିଁ କହିବା

କା ମନ ରେ ଯଦି ସୁଖ ଦେବା ନାହିଁ

  ହୃଦୟେ କାହିଁକି ବିଷ ଭରିବା

ବିରହୀ ପରାଣେ ଦେବା ସନ୍ତୋଷ

 ମଧୁ ବରସିବା ବରଷ ମାସ

ମଧୁର ବଚନେ ବଇରୀ ବଶ

  ଓ,,,,ଓ,,,ଓ,,,,,,,

ମଧୁର ବଚନେ ବଇରୀ ବଶ,,,,,।

ବେଢ଼ି ଉପରେ କୋରଡ଼ା ନ ଦେଇ

  ମଳୟ ପରଶି ଦେବା

ଭିଜିଲା ନୟନୁ ମଧୁର ବଚନେ

  ବାରୀ ଧାରା ଶୁଖାଇ ଦେବା

ନୀରସ ମନ ରେ ଭରି ହରଷ

 ବିଶ୍ୱେ ପ୍ରଚାରିବ ଏହି ସନ୍ଦେଶ

ଓ,,,ଓ,,,,,,ଓ,,,,,,,

ମଧୁର ବଚନେ ବଇରୀ ବଶ,,,,,,,

ମଧୁର ବଚନେ ବଇରୀ,,,,,,


Rate this content
Log in

Similar oriya poem from Inspirational