STORYMIRROR

Alhadini Panigrahi dash

Inspirational

3  

Alhadini Panigrahi dash

Inspirational

ଭକ୍ତର ଭଗବାନ

ଭକ୍ତର ଭଗବାନ

1 min
123


ଭକତର ହିତେ ତୁହି ରେ କାଳିଆ

କେତେ କଷ୍ଟ ସହିଥାଉ 

ଭକତକୁ ଶିକ୍ଷା ଦେବା ପାଇଁ ତୁହି

କେତେ ଲୀଳା କରିଥାଉ।


କରୁଣା ସାଗର କରୁଣାରେ ଭିଜି

ଜ୍ୱରରେ କମ୍ପୁଛୁ ତୁହି

ଘୋଡ଼ିଘାଡ଼ି ହୋଇ ମୁରୁକି ହସୁଛୁ

ସଚେତନ ବାର୍ତ୍ତା ଦେଇ।


ଜ୍ୱରରେ ପଡିବା ବାହାନା ମାତର

ଦେବା ପାଇଁ ଉପଦେଶ

"ସାବଧାନ ହୁଅ ହେ ମୋ ଭକ୍ତ ଗଣ

ଆସୁଛି ବରଷା ମାସ"।


ଗାଧୁଆ ପାଧୁଆ କର ନିୟନ୍ତ୍ରଣ

ନହେଲେ ଭୋଗିବ ଜ୍ୱର ( ମୋ ପରି)

ସୁସ୍ବାଦୁ ଭୋଜନ ହୋଇବ ବାରଣ

ଭୁଞ୍ଜିବ ପଥି ପାଚନ।


ହେଲେ ତୋତେ ସଭିଏଁ ଜାଣିଛନ୍ତିରେ କାଳିଆ

ରୋଗ ,ଶୋକ ,ମୋହ ସବୁରି ଉର୍ଦ୍ଧ୍ବରେ 

ତୁ ଅସୀମ ନିରାକାର

ଭକତେ ସୁରକ୍ଷା ପ୍ରଦାନ କାରଣେ

ତୋର ଏ ଫନ୍ଦି ଫିକର।


Rate this content
Log in