STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଶିଶୁ ହସିଲେ ଦୁନିଆଁ ହସ

ଶିଶୁ ହସିଲେ ଦୁନିଆଁ ହସ

1 min
196



ଆମେ ଯେତେ ଶିଶୁ ବିଶ୍ଵ ବଗିଚାରେ

  ଫୁଟିଅଛୁ ଆମେ ଫୁତିଅଛୁ

ରୂପ ଓ ରଙ୍ଗ ରେ ଆମ ସୁବାସ ରେ

  ବିଶ୍ଵ ବାସୀ ମନ ମୋହୁଅଛୁ।

  ଫୁଟି ଅଛୁ ଆମେ ଫୁଟି ଅଛୁ,,,,,,

ଆମେ ଯେବେ ହସୁ ସବୁରି ମୁହଁ ରେ

  ଉକୁଟି ଉଠଇ ହସ

ଆମରି ହସ ରେ ଜଗତ ହସଇ

  ଦେବତା ହୁଅନ୍ତି ବଶ

ଆମ ପାଖେ ନାହିଁ ଛନ୍ଦ କି କପଟ

  ପର କୁ ଆପଣା ଭାବିଛୁ।

   ଫୁଟି ଅଛୁ ଆମେ ଫୁଟି ଅଛୁ,,,,,

ଆମ ପାଖେ ନାହିଁ ମାନ ଅଭିମାନ

 କିଏ ଶତ୍ରୁ ମିତ୍ର କିଏ

ସବୁରି ହୃଦୟେ ଦେବତା ଙ୍କ ବାସ

  କାଳିମା ଟିକେ ନ ଥାଏ

ହସି ହସାଇବୁ ଜଗତ ମୋହିବୁ

  ଏହି ଶପଥ ନେଇଛୁ।

  ଫୁଟି ଅଛୁ ଆମେ ଫୁଟି ଅଛୁ,,,,

   ଫୁଟି ଅଛୁ ଆମେ ଫୁଟି ଅଛୁ,,,,,



Rate this content
Log in