ଦେଶର ସିପାହୀ
ଦେଶର ସିପାହୀ
ମୋ ଦେଶର ସିପାହୀ
ଦେଶର ହିତରେ ସଦା
ଜୀବନକୁ ଦେଇ ଜଳାଞ୍ଜଳି
କର୍ତ୍ତବ୍ୟରେ ରତ ପରା
ଜାଗ୍ରତ ପ୍ରହରୀ।
ଖରା ବର୍ଷା ଶୀତ କି କାକର
କରକା ପାତ କି ଅଂଶୁଘାତ
ଝଡି ବଢ଼ି ବାତ୍ୟା ମହାବାତ୍ୟା
ଦେଶ ମାତୃକାର ସେବାରେ
ଥାଅ ନିୟୋଜିତ।
ତେଜି ଘରଦ୍ୱାର ପତ୍ନୀ ପୁତ୍ର
ପିତା ମାତା ଭ୍ରାତା ଭଗ୍ନୀ ସ୍ନେହ
କର୍ମକୁ କରି ନିଜର
ଦେଶର ସୁରକ୍ଷା ଲାଗି
ଜୀବନକୁ ରଖି ବାଜି
ଛାଡି ପରାଣର ମୋହ।
ନାହିଁ ଦିନ ନାହିଁ ରାତି
ଛାତିକି ପଥର କରି
ଜଗାଇ ବଇରୀ ମନରେ ଭିତି
ସିପାହୀ ମୋ ଦେଶର
ଯାଅ ନିଜ କର୍ମ କରି।
ତୁମ ଉପକାର ଋଣ
ଶୁଝି କି ପାରିବୁ ଆମେ
ଏତିକି ପ୍ରାର୍ଥନା ବିଭୁଙ୍କ ଚରଣେ
ହୁଅନ୍ତୁ ସହାୟ ସଦା
କର୍ମ କରି କାଳଜୟୀ ହୁଅ ତୁମେ।
ହେ ମୋର ଦେଶର ସିପାହୀ
କାଳଜୟୀ ହୁଅ ତୁମେ
କାଳଜୟୀ ହୁଅ ତୁମେ ।