Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Inspirational Others

3  

Bidyadhar Mantry

Inspirational Others

ରଜ ନାଁ ରେ ହୋ ହାଲ୍ଲ୍ଳା

ରଜ ନାଁ ରେ ହୋ ହାଲ୍ଲ୍ଳା

1 min
117



ରଜ ରାଣୀ ଏବେ ନଗର ପରିଭ୍ରମଣରେ

କେତେ ଖୁସି କେତେ ମଜା 

ନିଜ ଆଖିରେ ଦେଖିବା ପାଇଁ,ଏକ ପ୍ରୟାସ

ହେଲେ କୁମାରୀ କନ୍ୟା କେଉଁଠି !

ରଜ ବେଶରେ ତ କିଏ ନାହାନ୍ତି!!


ଠିକ୍ ଅଛି,ଆଗକୁ ଯିବା!!

ଓଃ ହ!! ଇଏ କଣ! ଗଛ ନାହିଁ କି ଦୋଳି ନାହିଁ!!

ରଜ ପିଠା, ପାନ ବି ନାହିଁ

କେଉଁଠି ହେଲେ ଗହଳି ନାହିଁ

ଆଉ ରଜ ଗୀତ କଣ ହେବ!!


ବନସ୍ତ ନାହିଁ,ଗଜ ଛତ୍ରଭଙ୍ଗ,ଗଛ ମୂଳରୁ ନାହିଁ

ପାନ ବଦଳରେ ପୁଡିଆ, ପିଠା ର ବାସ୍ନା ନାହିଁ

ଆଉ ରଜ ନା ଫଜ!!

ଗୁଳୁଗୁଳି ପ୍ରବଳ ,ପବନର ବି ମନ ଉଣା

କୁମାରୀ ମାନେ ତ ଡ୍ରେସ୍ ପିନ୍ଧିଛନ୍ତି

ମଥାରେ ଚିତା ବି ନାହିଁ ! ଆଉ ସଜ ବାଜ !!!

ହଁ,ଗୋଟିଏ ପରମ୍ପରା ବୋଲି ମାନିବା କଥା!!

କାହାର ସ୍ପୃହା ନାହିଁ,ଖାଲି ନାମକୁ ମାତ୍ର ରଜ!!


ଯେତେବେଳେ ରଜ ଗୀତ ଆରମ୍ଭ ହେଲା

ବନସ୍ତ ଥିଲା,ଗଜ ବି ଥିଲା

ପୋଡ଼ ପିଠା ତିଆରି ହେଉଥିଲା

ପାନ ବି ପ୍ରଚୁର ପରିମାଣରେ 

ପାନ ଖାଉଥିବା ଗ୍ରାହକ ବି କମ୍ ନ ଥିଲେ !!?


ମିଡ଼ିଆ ବାଲା ପନ୍ଦର ଦିନ ଆଗରୁ

ରଜ ଆସିବ,ରଜ ଆସୁଛି

ଆସି ଅଧା ବାଟରେ ,ଗଛ ଖୋଜୁଛି

ଦୋଳି ବନ୍ଧା ହେଉଛି,ହଉଛି

ପିଠା ତିଆରି ଚାଲିଛି

ପାନ ବି ମୋଡ଼ି ମାଡ଼ି ହେଇ ବସିଛି!

କେତେ ପ୍ରତିଯୋଗିତା ବି ଆୟୋଜନ

ରଜରେ ନୂଆ ସିନେମା ବି ଆସୁଛି!!


ତିନି ଦିନ ବୁଲି ବୁଲି ରଜ ରାଣୀ କ୍ଳାନ୍ତ

ପୁରୁଣା ରଜ ମଉଜ ଆଉ ନାହିଁ

ବିକୃତ ମାନସିକତା ଗାଁ ଠୁ ସହର

ଆଉ ଗୁରୁତ୍ଵ ନାହିଁ,କେବଳ ହୋ ହାଲ୍ଲା

ରଜ ରଜ ରଜ ତିନି ଦିନ ରଜ

ରଜ ନାଁ ରେ ନିଜ ନିଜର ମଉଜ!!


ଅସହ୍ୟ ଗୁଳୁଗୁଳି ସତ୍ତ୍ଵେ ରଜ ବୁଲା

ରଜ ରାଣୀଙ୍କୁ ରଜ ର ମଜା ମିଳିଲାନି

ତଥାପି ରଜ ପର୍ବରେ ସହଭାଗିତା !!

ପଛ କଥାକୁ ଭାବିଲେ କଣ ହେବ!!

ଯେମିତି ହେଉ,ରଜ ତ ପାଳନ ହେଉଛି!!!


ରଜ ପାଇଁ ନୂଆ ଗୀତ କଣ ହେବ!!

ଯେଉଁ ମାନଙ୍କ ପାଇଁ ରଜ,ପୁରୁଣା ଗୀତକୁ ନା!!

ଆଧୁନିକ ବେଶ ଭୂଷା,ହୋଟେଲରେ ଖିଆ

ସମସ୍ତଙ୍କ ଘରେ ପିଠା ପଣା,ଖାଲି କଥାରେ

ଘର ତିଆରି ପିଠା ଜମା ପସନ୍ଦ ହେଉନି

ପୁରୁଣା ଖେଳ ଯାହା ରଜ ବେଳେ ହୁଏ

ସେଇ କଥା ଖାଲି ଗୀତ କବିତାରେ

ଆଉ ସଜ ବାଜ ନାହିଁ କି ରଜ ଦୋଳି ନାହିଁ

କେବଳ ରଜ ନାଁ ରେ ହୋ ହାଲ୍ଲା ........



Rate this content
Log in

Similar oriya poem from Inspirational