STORYMIRROR

Prashantmayee Rath

Inspirational

3  

Prashantmayee Rath

Inspirational

ଏକଲା ଚଲୋ

ଏକଲା ଚଲୋ

1 min
124


ସେଦିନ ବେକାର ସନିଆଟା

ସ୍ମୃତିକୁ ସାଉଁଟି

ସଶବ୍ଦେ ହସୁଥିଲା,

ଆଖ ପାଖ ଲୋକଙ୍କର ସୁନ୍ଦର ମନ୍ତବ୍ୟ ଥିଲା,


ଦେଖ......,

ପେଟ ତାର ଭର୍ତ୍ତି, ମନ ଭାରି ଫୁର୍ତ୍ତି,"


ଯେଉଁଦିନ ଗୁମୁରି ଗୁମୁରି କାନ୍ଦୁଥିଲା

ପୁଣି ଟିପ୍ପଣୀ ମିଳିଲା,

ନାଟକ ସେ ଖୁବ କଲାଵାଲା

ଦେଖ, କଥାରେ କୋହ,

ଆଖିରେ ଲୁହ,"

କେହି କିନ୍ତୁ ପଚାରିଲେନି, 

କାହିଁକି କାନ୍ଦୁଛୁ କହ?"


ପୁଣି ଆଜି ଗୁମସୁମ ସନିଆକୁ ଦେଖି

ସେମାନେ କହିଲେ 

ଅହଂଭାବ ଭରପୁର, 

ସତେ କି ସେ ଈଶ୍ୱର,

ଦେଖ, କଥାବାର୍ତ୍ତା ନାହିଁ

କି, ମିଳାମିଶା ନାହିଁ

ମନେ ମନେ ମଣୁଛି

ନିଜକୁ ମାଲିକ ଆମର "ll


କେହି କିନ୍ତୁ ବୁଝିଲେନି କି

ବୁଝିବାକୁ ଚେଷ୍ଟା କଲେନି

ସନିଆର.....

ଭୋକିଲା ମୁହଁରେ ହସ,

ବ୍ୟଥାର କଥା, ଲହୁ ମିଶା ଲୁହକୁ,

ଯାହା ପାଇଁ ଆପଣାର 

ହୋଇଥାଏ କେବଳ...

ଶୂନଶାନ ସଡ଼କଟେ, ଆତ୍ମ ପ୍ରତ୍ୟୟର 

 ଦୁଇ ଶବ୍ଦ ଏକଲା ଚଲୋ '' ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational