STORYMIRROR

Prashantmayee Rath

Fantasy Inspirational

4  

Prashantmayee Rath

Fantasy Inspirational

ମୌସୁମୀ ଆସ...

ମୌସୁମୀ ଆସ...

1 min
328


ମୌସୁମୀ ଆଗୋ ମୌସୁମୀ

କିମ୍ପା ମୌନ ରହିଁଛ କେଉଁଠାରେ,

ଶୁଣୁନାହଁ ଡାକ ବ୍ୟାକୁଳ ହୃଦର

କୁହ କାହିଁପାଇଁ ଏବେ ଥରେ ll


ଆସୁଛି ଆସୁଛି କୁହ ସିନା ତୁମେ

 ଆସୁନ ସମୟେ କଥା ଦେଇ, 

କଥା ଦେଇ ପୁଣି ଲୁଚ କାଳି ଖେଳ ,

 ସଙ୍ଗେ ନିଦାଘର ଦୁଃଖ ଦେଇ ll


ଆଦ୍ୟ ଆଷାଢ଼େ ଆଶା ମୁଁ କରିଲି,

ଶୁଭ ଆଗମନ ହେବ ବୋଲି

ନ ଆସି, ନିରବେ ନାଶିଲ ଆଶାକୁ

କୋଟି ପ୍ରାଣ ପରା ହେଲେ ଭାଳିl


କପଟ କାହିଁକି କରୁଅଛ କୁହ 

କୌଶଳ କିବା ଜାଣ ସାଥି,

କଲବଲ ହେଊ ତୁମ ବିନା,

ଆମେ,କେମିତି କାଟିବୁ ଦିନ ରାତି?


ଶୁଣ ଶୁଣ ଆଗୋ ମୌସୁମୀରାଣୀ,

ରାଣ ଦେଇ ଥରେ କହିବ କି,

କାହା ବନ୍ଧନେ ହୋଇଅଛ ବନ୍ଧା,

କୁହ ଫିଟିଯାଇ ଆସିବ କି?


ତପ୍ତ ଧରା ରେ ଉତ୍ତପ୍ତ ପ୍ରାଣ ଯେ

ମନେ ମନେ ଆଜି ଅନୁତପ୍ତ,

ଆମରି ଲାଗି ଯେ ବିତ୍ପାତ ଆଜି,

ଦୁର୍ବୃତ୍ତ ଆମେ ହେଊ ହତ ll


ଆଉ କେତେ ଦୁଃଖ ଦେଉଥିବ କୁହ,

କରିବୁ ପାପର ପ୍ରାୟଶ୍ଚିତ

ଆସି ଯାଅ ଥରେ ଅନୁରୋଧ ଆମ,

ଉଭା ହୋଇ କର ସର୍ବେ ତୃପ୍ତ ll


ଦୀପ୍ତ ମୁଖରେ ପ୍ରବେଶି ସତ୍ୱରେ 

ଢାଳିଦିଅ ବାରି ତପ୍ତ ପ୍ରାଣେ,

ଅମୃତ ଧାରା ଯାଉ ଗୋ ବରଷି ,

ସୁପ୍ତ ଧରା ରେ ବଜ୍ର ବାଣେ l


ଘନ ଘର୍ଘର ନାଦ ରେ ସ୍ୱାଗତ

କରାଉ ମହୀ ରେ, ଆଗୋ ମୋ ରାଣୀ,

ମୌସୁମୀ ଆସ ଶୁଷ୍କ ଅଧରେ

ଖେଳାଅ ହସର ଲହରୀ ଆଣି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy