Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prashantmayee Rath

Comedy Inspirational Others

4.0  

Prashantmayee Rath

Comedy Inspirational Others

ଜଗବନ୍ଧୁ

ଜଗବନ୍ଧୁ

1 min
190


ନିଶ୍ୱାସ ମୋର ଚାଲିଥିବା ଯାଏଁ ବିଶ୍ୱାସ ତୁମ ଠାରେ

ତୁମ ପାଦତଳେ ଅର୍ପିଛି ପରା ଏ ଜୀବନଏକା ଥରେ l


କେମିତି ଚାଲିବି କେଉଁଠି ଚାଲିବି ତୁମରି ନିର୍ଦ୍ଦେଶରେ 

 ଚାହିଁ ବସିଥାଏ ଇସାରା କୁ ତୁମ ଦିଅ ବୋଲି ପ୍ରତିବାରେ l


କଣ୍ଟକ ପଥେ ଚାଲିବାକୁ ହେଲେ ନ କରିବି ଭୟ ତିଳେ

ଲହୁ ଲୁହାଣ ମୋ ପାଦ ହେଉ ପଛେ,ଲୁହ ନଈ ଆଖି ତଳେ l


କାନ୍ଦିବାରେ ଯଦି ତୁମ ସୁଖ ଅଛି କାନ୍ଦୁଥିବି ପ୍ରତିଦିନ

ନିନ୍ଦିବାରେ ଯଦି ତୁମେ ହସୁଥିବ, ଭାବିବି ଏ ପ୍ରୟୋଜନ l


ବନ୍ଧୁ ଟିଏ ବୋଲି କରିଛି ଭରସା, ଆଉ କିଛି ନାହିଁ ଆଶା

ଜଗବନ୍ଧୁ ନାମ ଟେକ ରହିଥାଉ, ଏହି ଯେ ମୋର ପ୍ରତ୍ୟାଶା ।


Rate this content
Log in

Similar oriya poem from Comedy