STORYMIRROR

Prashantmayee Rath

Others

4  

Prashantmayee Rath

Others

ଲୁହ

ଲୁହ

1 min
250


      କିଏ ସେ ଗଡା଼ଏ ଛଳନାରେ ଲୁହ

        ପ୍ରତାରଣା କରି ଆନ କାହାକୁ

         କିଏ ଭିଜୁଥାଏ ଲୁହର ବର୍ଷାରେ 

          ଅମାନିଆ ମନ ଝୁରେ କାହାକୁ l


          କିଏ ତ ପାରେନି ସେ ଲୁହ ଗଡ଼ାଇ

           ଜମାଟ ବାନ୍ଧଇ ଯାର 'ଆଖିରେ 

          ହୃଦୟକୋଣ ରେ ବସାଟିଏ ବାନ୍ଧି 

           ଦୁଃଖ ଯାତନା ଯା''ରହେ ସାଥିରେ l


           

           କିଏ ପାରେ ନାହିଁ ଲୁହକୁ ଦେଖାଇ

            କୋହ ସିନା ଥାଏ ଭରି ତା ' ମନେ,

             ଲୁହ କାହାପାଇଁ ହୋଇଥାଏ ଲହୁ 

            ସେ ଲୁହ କାହାଣୀ କେହି ନଜାଣେ l


             ହସି ହସି କିଏ ହୋଇଲେ ବେଦମ

              ଆଖିରୁ ବି ଗଡ଼ିଯାଏ ସେ ଲୁହ

             ପୋଛିଦେଇ ତାକୁ,ଯତନରେ ଅତି

              ଆନନ୍ଦର ଲୁହ ଏହିଯେ କୁହ l

         .        

              ହସ ଲୁହ ଦୁଇ ଯେ ଯାହା ଭାଗରେ 

             କା ' ପାଖେ ଅଳପ କା ' ପାଖେ ବେଶି 

              ଲୁହ ପିଇ ଦେଇ ହସକୁ ବାଣ୍ଟିଲେ 

               ଅୟୁତ ଅଧର ଉଠିବ ହସି l

                      



Rate this content
Log in