ଭାବ ବିନୋଦିଆ
ଭାବ ବିନୋଦିଆ
ଭାବ ବିନୋଦିଆ କାଳିଆ ଠାକୁର
ମୋ ବେଳକୁ କିଆଁ ହୁଅ ନିଷ୍ଠୁର
ଭାବର ଡୋରିରେ ବାନ୍ଧିଦେ ମନକୁ
ନାହିଁ ତୋ ବିନୁ ସାହା କେ ମୋର ।
ଭକତ ଦୁଃଖରେ ତୁ ପରା ଦୁଃଖି
ଭକତର ମାତାପିତା
ବାଞ୍ଛା କଳ୍ପତରୁ ଭକ୍ତ ଭାଇବନ୍ଧୁ
ଭକ୍ତ ଲାଗି ସହୁ ନିନ୍ଦା
ଡାକି ଡାକି କଣ୍ଠ ଶୁଖିଲାଣି ମୋର
ଶୁଭୁନି କାହିଁକି କର୍ଣ୍ଣକୁ ତୋର ।
ଜଣା ନାହିଁ ମୋତେ ଭାବଭକ୍ତି ସେତେ
ପାରିବି ତୋତେ ତୋଷାଇ
ଜାଣିଛି ଏତିକି ତୁମେ ଅନ୍ତର୍ଯ୍ୟାମୀ
ଜାଣ ସବୁ ଭାବଗ୍ରାହୀ
ହୃଦୟ କନ୍ଦରେ ବିରାଜ ଠାକୁରେ
ଶ୍ରୀପୁରୁଷୋତ୍ତମ ସତ୍ୟ ସୁନ୍ଦର ।