Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଦୁର୍ଗତି ନାଶିନୀ ଦୁଃଖ ବିନାଶି

ଦୁର୍ଗତି ନାଶିନୀ ଦୁଃଖ ବିନାଶି

1 min
164



ଦୁର୍ଗତିନାଶିନୀ ଦୁଃଖ ବିନାସିନୀ

  ଜୟ ଜୟ ଦେଵୀ ଦୁର୍ଗା

ଅଭୟ ଦାୟିନୀ ଶଙ୍କରୀଭବାନୀ

  ଜୟ ଜୟ ମାଆ ଅମ୍ବା।

ଦୂର୍ଦ୍ଦଶଦାନବ ମହିଷାସୁରର

  ବିନାଶ କରିବା ପାଇଁ

ଦେବଗଣଙ୍କର ସ୍ତୁତିରେ ମାଆ ଲୋ

  ଅନଳୁଁ ଜନମି ତୁହି।

ବଧିଲୁ ମହିଶା ହଟିଲା ଦୁର୍ଦ୍ଦଶା

  ଧରଣୀ ହୋଇଲା ଶାନ୍ତ

ଜୟ ଜୟ ଦୁର୍ଗା ଜୟ ଜୟ ଦୁର୍ଗା

  ଘୋଷିଲା ସାରା ଜଗତ।

ଜାନକୀ ଉଦ୍ଧାର ପାଇଁ କି ଶ୍ରୀ ରାମ

 କଲେ  ଅକାଳ ବୋଧନ 

ତେଜି ଦଶାନନେ ସହାୟ ଶ୍ରୀ ରାମେ

  ନିଧନ କଲେ ରାବଣ।

ଯିଏ ଯେଉଁ ଭାବେ ଡାକୁଛି ମାଆ ତୋତେ

  ଘେନି ଭାବକୁ ତାହାର

ହରିଛୁ ତା ଦୁଃଖ ଫେଡିଛୁ ସଂତାପ

  ଧନ୍ୟ ମହିମା ତୋହର।

ଦୁର୍ଗତି କାଳରେ ଦୁଃଖ ହରୁ ବୋଲି

  ନାମଟି ବୋଲାଉ ଦୁର୍ଗା

ଆରତେ ଡାକିଲେ ଓ କରୁ ତୁହି

  ପାଖେ ହୋଇଥାଉ ଉଭା।

ଝଙ୍କଡେ ଶାରଳା ଶ୍ରୀକ୍ଷେ୍ତ୍ରେ ବିମଳା

  ଯାଜପୁରେ ବିରଜାଇ

କଟକେ କଟକ ଚଣ୍ଡୀ ମାତା ତୁହି

  ବାଙ୍କୀ ଧାମେ ଚର୍ଚିକାଇ।

କାକଟପୁରରେ ମଙ୍ଗଳା ନାମରେ

  ବାଣପୁର ଭଗବତୀ

ଭୁବନେଶ୍ବରରେ ପୂଜା ପାଉଅଛୁ

  ତୁହି ମାଆ ଗଉରୀ ସତୀ।

ତାଳଚେର ଠାରେ ହିଙ୍ଗୁଳା ନାମ ମାଆ

  ରାମଚଣ୍ଡୀ କୋଣାର୍କରେ

ଗଡ଼ ଚଣ୍ଡୀ ନାମେ ପୂଜା ପାଉଅଛୁ

  ପୁଣ୍ୟ ଧାମ କଟକରେ।

ନାନା ସ୍ଥାନେ ନାନା ରୂପରେ ବିରାଜି

  ଦୁଃଖ ହରୁ ଭକ୍ତଙ୍କର

ମୋ ପାଇଁ କରୁଣା ନ କରିବୁ ଊଣା

  ମିନତି ଶ୍ରୀ ପାଦେ ତୋର।


Rate this content
Log in

Similar oriya poem from Inspirational