Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUJATA DAS

Abstract

4  

SUJATA DAS

Abstract

କିଛି କଳ୍ପନା ହୃଦୟର

କିଛି କଳ୍ପନା ହୃଦୟର

1 min
242



  ଅପେକ୍ଷା,,,, ଉପେକ୍ଷା,,,, 

   ମଝିରେ ଜୀବନ,,,, 

    ଅପେକ୍ଷା ଦହନ ସହେ, 

 ଅଳୀକ ଜୀବନ,,,, 

   ଅନେକ ତୃଷ୍ଣା ବି,,,, 

   ଜଳଇ ସୁବାସ ମୋହେ !


 ସଂସାରର ପ୍ରାନ୍ତେ,,,, 

  ମଉଳା ବସନ୍ତେ,,,,, 

   ଇନ୍ଦ୍ରଧନୁ ଲୋଭେ ଆଜି, 

 ଆଞ୍ଜୁଳାରେ ଭରା,,,, 

  ଯନ୍ତ୍ରଣା ପସରା,,,, 

   ମାରୁମରିଚିକା ସାଜି !


 ସେଇ ଜହ୍ନ ଅଛି,,,,, 

  ସେଇ ରାତି ଅଛି,,,,, 

   ଜ୍ୟୋତ୍ସ୍ନା ଯାଇଛି ହଜି, 

 ଯାତନା ର ଜୁଇ,,,,, 

  ଜଳେ ପୁଣି ଜାଳେ,,,,, 

   ନିଶ୍ୱ ଜୀବନଟା ଆଜି !


 ମନ କଥା ସବୁ,,,,, 

  ମନେ ମରିଯାଏ,,,,, 

   ପାରେନି ଯାତନା ସହି, 

 ଦରଦୀ ହୃଦୟ,,,,, 

  ଯନ୍ତ୍ରଣା ରେ ଭରା,,,, 

   ଜନ୍ମ ତାର ଜଳିବାକୁ !


Rate this content
Log in

Similar oriya poem from Abstract