STORYMIRROR

Satyabati Swain

Tragedy

3  

Satyabati Swain

Tragedy

କିଛି ବି ବଦଳି ନାହିଁ

କିଛି ବି ବଦଳି ନାହିଁ

1 min
389


ରକ୍ତ ସ୍ୟାହି ଓନାଲି ଗୋଲାପ ମୋହ

ଯମୁନା କୁଳ ମୋହନ ବଂଶୀ ଏବେବି ବାଜୁଛି

ସମାଧି ସାଧନା,ଯୋଗ ,ଜପ ,ତପ

ଭକ୍ତି ଭାଵ ଓ ପରମାତ୍ମାଙ୍କୁ

ସମର୍ପଣ ଅର୍ଘ୍ୟ ଢାଳୁଛି କେହି।

ପାହାଡ଼ି ରାସ୍ତା ଭିତରେ ଅନ୍ଧାରୀ ସୁଡଙ୍ଗ

ମ୍ୟାଓବାଦୀ ଆତଙ୍କ

ଲଦାଖରେ ସହୀଦ ଭାରତ ମାତା ପୁଅ

ଆଗ୍ନେୟଗିରି ଲାଭା,କାଶ୍ମୀର ସେଓ

ସୁନା ଆତ ଓ ହରିଣ ସର୍ଵଗ୍ରାସୀ ଲୋଭ

ଅପହରଣ ସୀତା

ସମୁଦ୍ରରେ ସେତୁ

ରାବଣ ହତ ଓ ଲଙ୍କା ଧ୍ୱଂସ

କିନ୍ତୁ କେତୋଟି ରାବଣ ହତ !

ପଶାନିଶା

ଅବୈଧ ସନ୍ତାନ କର୍ଣ୍ଣଙ୍କ

ନିଃଶବ୍ଦ କାନ୍ଦ

ଦୋହଲାଏ ଶୁନ୍ଶାନ ବଣ ବୁଦା

ବିବଶ ମା କୁନ୍ତୀଙ୍କ ଯନ୍ତ୍ରଣା

ଅନ୍ଧ ଧୃତରାଷ୍ଟ୍ରଙ୍କ ଅନ୍ଧ ପୁତ୍ର ପ୍ରେମ

ଅତି ଅଭିମାନୀ ଦୁର୍ଯୋଧନର ଇପ୍ସା

ଦ୍ରୌପଦୀ ଉଲଗ୍ନର କଳଙ୍କିତ ଗାଥା

ପ୍ରତିଶୋଧ ନିଆଁ,ଈର୍ଷାର ବିଜୁଳି

ସମୟ ଅସହାୟ,ନୀରବ ମହାଭାରତ

କୁରୁକ୍ଷେତ୍ର ମୁଣ୍ଡ ମାଳ

କୁରୁ ବଂଶ ନାଶର ବିକଟ ଚିତ୍କାର

ରକ୍ତ ନଦୀରେ ଭାସୁଛି ଅଗଣିତ ଶବ।

ସ୍ୱପ୍ନସମ୍ଭାବନା

ଟଳ ମଳ ପାଦ

ଦଳିତ ଦୁର୍ବା

ଭିଡ଼ ଓ ନିସଙ୍ଗତା

ଦୁଷ୍କର୍ମର ଜିହ୍ଵା

ଲିଭ୍ ଇନ୍ ରିଲେସନ ନୀଳ ଜହ୍ନର ମୋହ

ବାର୍ ଗାର୍ଲ ଡ୍ୟାନ୍ସ

ପେଗ୍ ଙ୍କ ଆଖି ଇସାରା

କିନ୍ନରଙ୍କ ଦାବୀ

ଏବଂ

ରାନୁ ମଣ୍ଡଳର ଭାଗ୍ୟ ପରିବର୍ତ୍ତନ

ଲକ୍ ଡାଉନ୍,ସଟ୍ ଡାଉନ୍

ଦାଦନ ପେଟରେ ପେଟେ ଖରା।

ଫୁଲ,ମହୁ,ଭଅଁର

ଡେଣାକଟା ପ୍ରଜାପତି

ଫଗୁଣ କୋଇଲିର ଆସକ୍ତି

ପିଚକାରୀ ମନ

ଆଖିରେ ଆଷାଢ଼

ଲଙ୍ଗଳାହାତ ଓ ଶୁନ୍ୟ ମଥାର ଧୋବଲା ହସ

ହତ୍ୟା ଆତ୍ମହତ୍ୟାର ବୌଶାଖୀ

ଶୀତ ସକାଳ କୁହୁଡି ଭର୍ତ୍ତୀ ରାସ୍ତା

ଶରତ ନିର୍ମଳ ଆକାଶ ତଳେ ନୀଳ୍ କଇଁର ହସ

ଏନ୍ତୁଡ଼ି ନିଆଁର ବିହ୍ଵଳତା

ବେଦୀ ନିଆଁର ଆକର୍ଷଣ

ମଶାଣୀ ନିଆଁର ଉତ୍ପୀଡ଼ନ

ଗଦି,ଗାଦିର ଅହଂକାର

ଫେରିବା ବେଳର ଆଶଙ୍କା

ମେଣ୍ଢାର ଅଫେରାଘର ବାହୁଡା

କରୋନା ବିଭୀଷିକା

ମୋର ମାୟା

ତୋର କାୟା

ଆମର ଗର୍ବ

ସବୁ ଖର୍ବ କରୋନା କରିଦେଲା ପରେ ବି

"କିଛି ବି ବଦଳି ନାହିଁ" ମନ କି ମଣିଷ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy