STORYMIRROR

Tapaswini DashSarangi

Fantasy

4  

Tapaswini DashSarangi

Fantasy

କିଛି ବାର୍ତ୍ତାଳାପ ବର୍ଣ୍ଣାବଳୀ ସହ

କିଛି ବାର୍ତ୍ତାଳାପ ବର୍ଣ୍ଣାବଳୀ ସହ

1 min
411

ଇଏ କି ଶବ୍ଦ

ଇଏ କି ମଧୂର ମୂର୍ଛନା

ଇଏ କି ସୁମଧୂର ତାଳ

ଚିହ୍ନିବାକୁ ଇଛା ମୋର ମନ ହୁଏ ଉଦ୍ଗିନ।

ହତଚକିତ ହୋଇ ପଚାରିଲି ଯାଇ

ତୁମେ ମାନେ କିଏ ?

ମୋ ପାଶେ ଆସିବାର ଅଭିପ୍ରାୟ କଣ ?

ଶୁଭିଲା ଉତ୍ତର....

ଆମେ ମାନେ ବର୍ଣ୍ଣମାଳା

ଲେଖନୀକୁ ସାଥେ ଧରି ଶବ୍ଦକୁ ଜୀବନ୍ତ କରୁଛ

ମନରେ ସାଇତା ଅଭିମାନର ଅଭିବ୍ୟକ୍ତି ଦେଉଛ।

ଆମକୁ ଆଙ୍କିଦିଅ ତୁମ ସାଦା କାଗଜରେ

ଆମକୁ ରୂପାୟିତ କର କବିତା ରୂପରେ।

ଆମେ ବି ଚାହୁଁ ରହିବାକୁ ପ୍ରତି ମୁହୂର୍ତ୍ତରେ ତୁମରି ସାଙ୍ଗରେ।

ହସି ହସି ଥକି ଗଲି ମୁଁହି

କହିଲି ଲେଖନୀ ସିନା ଅଛି ମୋହର ସାଥୀରେ

ହେଲେ ଥରେ ଭାବ ତୁମ ବିନା

ଲେଖନୀର ଅସ୍ତିତ୍ୱ ବା କଣ ?

ଛାଇ ପରି ତୁମେ ଅଛ ଲେଖନୀ ସାଥୀରେ

ଆଉ ଲେଖନୀ ତ ମୋହର ଚିର ସହଚର

ତାହେଲେ ଭାବ ଥରେ ମନେ

ତୁମ ସଙ୍ଗେ ସମ୍ପର୍କ ଅଛି କି ନା ମୋର।

ତୁମେ ମାନେ ଭାବ ଥରେ

ପୁଷ୍ପ ବିନା କି ମୂଲ୍ୟ ସେଇ ବଗିଚାର।

ଲେଖନୀ ମୋ ସାଥେ ଅଛି ସିନା

ସେ ଏକା ମାଧ୍ୟମ ଆମ ସମ୍ପର୍କର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy