STORYMIRROR

Kali Kumar

Romance Tragedy

3  

Kali Kumar

Romance Tragedy

କିଛି ବାକି ରହେ

କିଛି ବାକି ରହେ

1 min
221

ମୁଁ ଜାଣେ

ଦିନେ ତୁମେ କହିବ

ଆମେ ଆମ ପାଇଁ ନୁହଁ;

ଚାଲ ସବୁ କିଛି ଭୁଲିଯିବା

ଆଗ ଭଳି

କେହି କାହା ପାଇଁ ନ ରହିବା ।


କାହିଁକି ନା,

ଏ ବାଟ ଭୁଲ୍ 

ଏ ଘାଟ ଭୁଲ୍;

ଏ ସ୍ମୃତି ଭୁଲ୍

ଏ ପ୍ରୀତି ଭୁଲ୍;

ଏ ମୋହ ଭୁଲ୍

ଏ କୋହ ଭୁଲ୍;

ଏ ସ୍ବପ୍ନ ଭୁଲ୍

ଏ ସମ୍ପର୍କ ଭୁଲ୍;


ଚାଲ ଏହି ଭୁଲ୍ ପଣରେ 

ଆଉ ଗୋଟାଏ ଭୁଲ୍ କରିବା

ସବୁକିଛି ଭୁଲିଯିବା ।

ସବୁ କିଛି ଭୁଲିବା କଣ ଏତେ ସହଜ

ଭୁଲିବାକୁ ଚାହିଁଲେ ହିଁ ତ 

ସବୁକଥା ମନେ ପଡ଼େ ।


କାହିଁକି ନା,

ସବୁ ବାଟ 

    ନିଜ ଠିକଣା ହଜାଏନି,

ସବୁ ମୋହ

     ନିଜଠି ସରେନି

ସବୁ କୋହ 

     ବରଫ କରି ତରଳେନି,

ସବୁ ସ୍ମୃତି 

    କୁହୁଡ଼ି ପରି ଲିଭିଯାଏନି,

ସବୁ ପ୍ରୀତି

     ପର ହୁଏନି


କିଛି ବାକି ରହେ ।


Rate this content
Log in

Similar oriya poem from Romance