STORYMIRROR

Pravatirani Mohanty

Tragedy

3  

Pravatirani Mohanty

Tragedy

କିଛି ଅକୁହା

କିଛି ଅକୁହା

1 min
361

ସବୁ ରାତ୍ରି ମୋର ହୁଏ କାଳରାତ୍ରୀ 

କାହାକୁ ପାରେନା କହି।

ଛାତି ତଳେ ଚାପି ଅବ୍ୟକ୍ତ ଯନ୍ତ୍ରଣା

ପାରୁ ନାହି ଆଉ ସହି।

ଗଭାର ଗଜରା ଯାଏ ମୋ ମଉଳି

ଛାତି ତଳେ ଆଶା ମରେ।

ସୁରାପାନେ ମତ୍ତ ହୋଇ ଅଣାୟତ

ସ୍ୱାମୀ ମୋ ଫେରନ୍ତି ଘରେ।

ସମୟ କୁ ସାକ୍ଷୀ ଦେଈ

ମନ କଥା ମୋର ମନେ ମନେ ମରେ

ବଦଳନ୍ତୀ ନାହିଁ ସେହି।

ଦିନର ଯନ୍ତ୍ରଣା ଥକା ମରା ଦେହ

ଲୋଡୁ ଥାଏ ଟିକେ ଆଶ୍ରା ।

ଭାଗୀଂ ଯାଏ ମନ ସୁନେଲି ସପନ 

ପୋଡ଼ି ଯାଏ ସବୁ ଆଶା।

ବଞ୍ଚିବୀ କି ସୁଖ ନେଇ

ବାଟରୁ ଅବାଟ ନୁହେଁ ବେଶୀ ଦୂର

ଭାବନ୍ତୀନି ଥରେ କେହି।

ଆଖି ଲୁହ ଥରେ ପୋଛି ଦିଅ ଭାଈ

ଘର ହୋଇବ ମନ୍ଦିର।

ସଂସ୍କାର ସଭ୍ୟତା ମାନି ଚଳୁଥିଲେ

ଆଗକୁ ନଥିବ ଡ଼ର।

ଏକଥାକୁ ହେତୁ କର

ପର ବି ଆପଣା ହୋଇଯିବେ ଦିନେ

ସୁଖେ ଦିନ ଯିବ ବହି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy