STORYMIRROR

Prafulla Chandra Mishra

Tragedy

4  

Prafulla Chandra Mishra

Tragedy

କିଅବା ମାଗିବି ଆଉ

କିଅବା ମାଗିବି ଆଉ

1 min
204


କେତେ ଦୁଃଖ ଆଉ ଦେବ ହେ ଈଶ୍ୱର ଦେଖି ଦେଖି ମୁଁ ପଥର

ସମାନ ହେଲିଣି,ଆଗେ ଦିଶେ ଦୁଃଖ ଦୁର୍ଦ୍ଦଶା ର ପାରାବାର

ସହି ହେଉନାହିଁ ବ୍ରହ୍ମାଣ୍ଡ ଗୋସାଇଁ ପ୍ରାଣୀ ଙ୍କ ଆରତ ଯେତେ

ଆରତ ନାଶନ ପତିତପାବନ ଦିଶେନିକି ଚକା ନେତ୍ରେ ।।


ବଞ୍ଚିଅଛି ବୋଲି ସିନା ହେ ଗୋସାଇଁ ଅଳିକରେ ତୋ ପୟରେ

ଦେଖି ଦେଖି ମୁଁ ଯେ ନିଥର ଉପଳ ବାକ୍ୟ ତୁଣ୍ଡ ରୁ ନଷ୍ଫୁରେ

ଧିକ ୟେ ଜୀବନ ଦେଲ ଭଗବାନ ୟେ‌ ଦୁଃଖ ଦେଖେ ନେତ୍ରରେ

ଫୁଟି ଯାଉନାହିଁ କିଆଁ ଏହି ନେତ୍ର ଦେଖି ବଞ୍ଚି ବଞ୍ଚି ମରେ ।।


ଭରଷା କରିଛି ନୀଳଗିରି ଙ୍କୁ ମୁଁ ତାଙ୍କ ନେତ ଛାଇ ତଳେ

ସମର୍ପି ଦେଲି ମୋ ଅଭକ୍ତ ଜୀବନ ସଂସାର ହୀତ ଅର୍ଥରେ

ଏ ମୋର ବିଶ୍ଵାସ ରଖିବ ଠାକୁରେ ଉଦ୍ଧାର କର ସଂସାର

ଭୋକ, ମହାମାରୀ, ହିଂସା,ନାରୀ, ଚୋରି ଅପଚୟ ବାରେ କର ।।


ଶ୍ରୀମନ୍ଦିରେ ଯାଇ ଶ୍ରୀଜଗନ୍ନାଥ ଙ୍କୁ କିଅବା ମାଗିବି ଆଉ

କବି କବିତା ରେ ଶରଣ ପସିଲା ରକ୍ଷା କର ମହାବାହୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy