💐 କି ନୀଳ ଲାଗିଛି ଦେଶେ💐
💐 କି ନୀଳ ଲାଗିଛି ଦେଶେ💐
ଦେଖ ଦେଖ ଭାଇ ଅନ୍ୟାୟର ଖେଳ
ଲାଗି ଅଛି ଦେଶ ମଧ୍ୟେ
କାରଣ ନାହିଁଟି ବୄଥାର ସଂଗ୍ରାମ
ଯୋଡି ଦେଲେ ଦେଶ ମଧ୍ୟେ।୧।
କୄଷକ ସଂଗ୍ରାମ କି ନେତା ସଂଗ୍ରାମ
ବୁଝିଲେଣି ଲୋକ ଦେଶେ
ସତ୍ତାର ପାଇଁଟି ଏହି ଆୟୋଜନ
ଅସ୍ଥିର କରନ୍ତି ଦେଶେ।୨।
ଅଭିମାନ ନାହିଁ ସ୍ବାଭିମାନ ନାହିଁ
ଗର୍ବ ନାହିଁଟି ଦେଶର
ଯୋଡିତ ହୋଇଣ ବିଦେଶୀ ସଙ୍ଗରେ
ଉତ୍ପାତ କରେ ଦେଶର।୩।
ବିପକ୍ଷରେ ଥାଇ ସବୁ କରିହେବ
ତଥ୍ୟ ଥିବ ଯେବେ ଭରି
ତଥ୍ୟ ନାହିଁ କିଛି କାନୁନ ଆପସ
ଅପୂର୍ବ ନିଳା ତାଙ୍କରି।୪।
ଆନ୍ଦୋଳନ ନାହିଁ ସ୍ବାର୍ଥର ବନ୍ଧୁକ
କୄଷକ କାନ୍ଧେଟି ଦେଲେ
ଅପୁର୍ବ ନୀତିକୁ ନିଜ ସ୍ବାର୍ଥ ପାଇଁ
ଚାଷୀଙ୍କ ହାତେ ଥୋଇଲେ।୫।
ଆନ୍ଦୋଳନେ ଭାଇ କିଛିଟି ନ ହେବ
ହେବଟି କଥାବାର୍ତ୍ତାରେ
ଭୂଲ ଥିଲେ ନିଶ୍ଚେ ସମାଧାନ ହେବ
କୄଷିନୀତିର ମଧ୍ୟରେ।୬।
ନିଜ ଦେଶ କଥା ସମାଧାନ ହେବ
ପବିତ୍ର ଦେଶ ଭିତରେ
ବିଦେଶୀ ଶତ୍ରୁଙ୍କ କାମ ନାହିଁ କିଛି
ଯୋଡିତ କର କିମ୍ପାରେ।୭।
ଦେଖ ଦେଖ ଭାଇ ଅନ୍ୟାୟର ଖେଳ
ଲାଗି ଅଛି ଦେଶ ମଧ୍ୟେ
କାରଣ ନାହିଁଟି ବୄଥାର ସଗ୍ରାମ
ଯୋଡି ଦେଲେ ଦେଶ ମଧ୍ୟେ।୮।
