STORYMIRROR

Prasanna Kumar Madala

Inspirational

3  

Prasanna Kumar Madala

Inspirational

କି ଲାଭ ପାରିବି ପାଇ

କି ଲାଭ ପାରିବି ପାଇ

1 min
286


ହେ କଳାବଦନ     ତୁମ୍ଭର ସଦନ

ଦେଖିଲି ଶ୍ରୀକ୍ଷେତ୍ରେ ଯାଇ

ଜାଣି ଏତେ ଛଳ     ତୁମ୍ଭଠୁ ସ୍ବଚ୍ଛଳ

ନିଜକୁ ମଣେ ହେ ସାଇଁ

କେଡ଼େ ଅଲାଜୁକ   ହେଲ କଳାମୁଖ

ଶ୍ରୀମତୀ-ମନ୍ଦିରେ ଥାଇ

ତାଙ୍କୁ ରଖି ଦୂରେ ସଙ୍ଗତେ ସେ' ପୁରେ

ରଖିଛ ଭଉଣୀ ଭାଇ

କରିଛ ପାଚେରୀ  ମେଘନାଦ ଘେରି

ସମ୍ବନ୍ଧେ ପକାଇ ଘାଇ

କଲ କି ବର୍ଜନ      ଶ୍ବଶୁର ଗର୍ଜନ

ନପଡେ ଦେଉଳ ଛାଇ

ବିନା ଶ୍ରମେ ଏତେ ଖାଇ

ହସୁଅଛ ହେଳେ ମାଗିଲେ ଏ ବେଳେ

କି ଲାଭ ପାରିବି ପାଇ ?




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational