Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Tragedy

3  

Lata Behera

Tragedy

କି ଦୋଷ ତୋର କଲିରେ କାଳିଆ

କି ଦୋଷ ତୋର କଲିରେ କାଳିଆ

1 min
206



କି ଦୋଷ ତୋର କଲିରେ କାଳିଆ 

    କଲୁ ଏତେ ହୀନିମାନ

ଟିକିଏ ହସ ତୁ ଓଠେ ଭରି ଦେଇ

    ଜାଳି ଦେଲୁ ମୋ ଜୀବନ ।

ଛଡେଇ ନେଇ ତୁ ମୋ ଜୀବନ ଖୁସି 

     କେମିତି ହସୁଛୁ ଆଜି 

ଉପରେ ଫୁଲ ତୁ ବଛେଇ ଦେଲୁରେ

      ଭିତରେ କଣ୍ଟାକୁ ରଖି ।

କେମିତି ଜାଣିବି ଥିଲା ତୋ ଛଳନା

ବୁଝି ପାରିଲିନି ମୁଁ ତୋ ବାହାନା 

    ଏଡିକି କପଟି ମନ ।

ଟିକିଏ ହସ ତୁ ଭରି ଦେଇ ଓଠେ

     ଜାଳି ଦେଲୁ ମୋ ଜୀବନ ।


ମୋ ଦୁନିଆରେ ଭଲରେ ମୁଁ ଥିଲି 

      ତୁ ଦେଲୁ ହାତ ବଢେଇ

ତୋ ହାତ ଧରି ଚାଲିଲି ମୁଁ ଯେବେ

     ହାତ ତୁ ନେଲୁ ଛଡେଇ ।

ଲୁହର ଶ୍ରାବଣେ ମୁଁ ଭିଜୁଥିଲି 

     ଫଗୁଣ ଆଣିଲୁ ଡାକି

ଏମିତିକା ରଙ୍ଗ ଦେହେ ବୋଳି ଦେଲୁ

   ନା ପାରିବ କେବେ ସେ ଲିଭି ।

ଏତେ ଖୁସି ଦେଲୁ ସହି ମୁଁ ପାରୁନି

 ଏତେ ହସ ଦେଲୁ ଲୁହ ମୋ ଶୁଖୁନି

      ଧନ୍ୟ ପତିତପାବନ ।

ଟିକିଏ ହସ ତୁ ମୋ ଓଠରେ ଦେଇ

     ଜାଳି ଦେଲୁ ମୋ ଜୀବନ ।


ଚାହିଁ ମୁଁ ନ ଥିଲି ତୋଳିବାକୁ ଘର 

       ଦେଲୁରେ ସିନ୍ଦୁର ଗାର

ମିଛରେ ଭଣ୍ଡେଇ ସୁଖର ସଂସାର 

      ଭାଙ୍ଗି ଦେଲୁ ଶଙ୍ଖା ମୋର 

ଅଢେଇ ଦିନକୁ କରିଲୁ ତୁ ଖେଳା

      ଲିଭିନି ପାଦୁ ଅଳତା 

କେମିତି ଜଳିଲା ମଶାଣୀ ଭୂଇଁର

      ଜୁଇରେ ଆଜିରେ ଚିତା ।

କେମିତି ସହୁଛୁ ତୁରେ କାଳିଆ 

ସହିରେ ପାରୁନି ମୁଁ ନୀଳାଚଳିଆ

     ଏତେ ବଡ ସନମାନ ।

ଟିକିଏ ଖୁସି ତୁ ମୋ ଓଠରେ ଦେଇ

     ଜାଳି ଦେଲୁ ମୋ ଜୀବନ ।


ଉପରେ ଉପରେ ପାଣି ତୁ ଛିଞ୍ଚିଣ

      ଭିତରେ କାଟିଲୁ ଚେର 

କେଉଁ ଜନମର ପ୍ରତିଶୋଧ ଆଜି 

     ନେଇଗଲୁ ଚକ୍ରଧର  ।

ପ୍ରତିଶୋଧ ଯଦି ନେଉଛୁ କାଳିଆ 

      ଭଲକି ତୁ ନେଇଯାଆ 

ମଶାଣୀ ଭୂଇଁରେ ଜଳି ଯାଉ ଆଜି

     ଦୁଇଟିରେ ଚିତା ନିଆଁ ।

ସରିବ ତୋ ଖେଳ ସରିବ ମୋ କାଳ

କହିବେନି କେହି କାହାକୁ ଆଦିମୂଳ

     ଲିଭେଇ ଦେ ତୁ ଚିହ୍ନ ।

କି ଦୋଷ ତୋର କଲିରେ କାଳିଆ 

      କଲୁ ଏତେ ହୀନିମାନ ।



Rate this content
Log in

Similar oriya poem from Tragedy