STORYMIRROR

pawan Mohakul

Tragedy Inspirational

3  

pawan Mohakul

Tragedy Inspirational

କି ଦୋଷ ମୁଁ କରିଥିଲି ପ୍ରଭୁ

କି ଦୋଷ ମୁଁ କରିଥିଲି ପ୍ରଭୁ

1 min
448

କି ଦୋଷ ମୁଁ କରିଥିଲି ପ୍ରଭୁ କନ୍ୟା ଜନମଟେ ଦେଲ

ଦୁନିଆ କଣ ଜାଣିବା ପୂର୍ବରୁ ଜୀବନରୁ ମାରିଦେଲ ।


କେଉଁ ଜନମରେ ପାପ କରିଥିଲି ଏତେ ବଡ ଦଣ୍ଡ ଦେଲ 

ମାରିବାର ଯଦି ଇଚ୍ଛା ଥିଲା ତୁମ ଧରାକୁ କିଆଁ ଆଣିଲ ।


ମାଆର ମମତା ପାଇଲି ନାହିଁ ମୁଁ  ବାପାଙ୍କ ସ୍ନେହ ଆଦର

ଦୁନିଆ କଣ ଜାଣି ପାରିଲିନି  ବନ୍ଧୁ ଭାଇ ସହୋଦର ।


ତୁମରି ଦୁନିଆ କେମିତି କରିଛ  ତାହା ବି ଦେଖିଲି ନାହିଁ

ତୁମେ ପରା ପ୍ରଭୁ ଅନାଥର ନାଥ ଅନ୍ୟାୟ କଲ କି ପାଇଁ ।


ମଣିଷ ଜାତିକୁ ସୃଷ୍ଟି କରିଦେଇ ସ୍ୱାର୍ଥକୁ ସାଥିରେ ଦେଇଛ

ଲୋଭ ମୋହ ଦେଇ ନାଟ ହାଟ କରି  ବସି ବସି ନାଟ ଦେଖୁଛ ।


ଜନମ ଦେଲ ପୁଣି ନେଇଗଲ କାହାକୁ କହିବି ଯାଇ

ତୁମରି ଇଛା ରେ ସବୁ ଆତଯାତ  ଦୁଃଖ କରିବାର ନାହିଁ


କନ୍ୟା ଯଦି ପ୍ରଭୁ ତୁମ ମନେ ଘୃଣା କନ୍ୟା ଜନ୍ମ କିଆଁ ଦେଉଛ

ମାନବ ସମାଜେ କନ୍ୟା ଜନମକୁ  ହୀନିମାନ କରି ରଖିଛ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy