STORYMIRROR

Satyabati Swain

Inspirational

2  

Satyabati Swain

Inspirational

କି ଚମତ୍କାର

କି ଚମତ୍କାର

1 min
13.8K


ପ୍ରତିଟି ନିଃଶ୍ୱାସେ ପ୍ରତ୍ୟକରକ୍ତ ବିନ୍ଦୁରେ

ମୁଣ୍ଡଠୁ ଗୋଡ ଏ ସାରା ଶରୀରରେ ତୁ

ତୋ ଆଖିର ପୁଅଡୋଳା ଦେହର ଛାଇ

ସ୍ବପ୍ନ,ଜୀବନ, ଜୀଇଁବା ସବୁ ତୋରଲୋବୋଉମୁଁ..।

ତୋଠୁ ଆରମ୍ଭ ମୋ ନାଁ ଦୁନିଆ ଶିକ୍ଷା ଦୀକ୍ଷା

ତୋ ଛାତିରେ ଆଉଜି ପଣତେ ମୁହଁପୋଛି

ମୋ ମୁତେ ଘୁଏ ସିଙ୍ଘାଣି ବାନ୍ତିରେ ଜୁଡୁବୁଡୁ ହୋଇ

ମାତୃତ୍ତ୍ୱ ଆନନ୍ଦେଆତ୍ମହରା ତୋ ମନହେଇଛି।।

ବଡ ହେଲା ପରେ ଏସବୁ ଅକାତରେ ଭୁଲିଗଲି

ବାପା ମରିଗଲାପରେ ପରେ ତୋର ଭାଗ ବଣ୍ଟା

ସତେକି ଆମ ଦୁଇ ଭାଇ ଚଲା ପଥ ଟାରେ

ହେଇଗଲୁ ଫୋଡ଼ିହେବା ଗୋଟେ ବିନ୍ଧା କଣ୍ଟା!!।।

ଭାଇ ସଂଗେ ଘରର ସବୁ ଜିନିଷ ସହିତ ବୋଉଲୋ

ଭାଗ ବଣ୍ଟା ହେଲୁ ତୁ ପନ୍ଦର ପନ୍ଦର ଦିନ ଗଣି

ଏକତିରିଶ ତାରିଖରେ ତୁ କାହାର ନୋହୁଁ

ଖାଲି ପଡେ ତୋ କଂସା ଥାଳି ଶୋଉ ପିଇ ପାଣି।

ତୋ ନିଃସହାୟତା କରୁଣ ଚାହାଣି ମୁକ ଭାଵ

ରାଗ ତମତମ ଫୋପଡା କଚଡା ହତାଦର

ହୀନସ୍ତା ଅବହେଳା କାଉ କୁକୁର ପରି ବ୍ୟବହାର

ବୋଉଲୋ ତୁ କେମିତି ସହି ରହୁନିରୁତ୍ତର????।।

ଶଯ୍ୟାଶାୟୀ ହେଲୁ ଘୁହ ମୁତେଲଟପଟ ପଡି

ପାଖ ମାଡିଲେଣି କେହି ନାକ ଟେକି ଦେଇ

ନାଁ କୁ ସେବା ଯତ୍ନ ପଡି ପଡି ଘା ଗଲା ହୋଇ

ଶେଷେ କଲବଲେପାଣି ନପାଇ ଆଖିବୁଜିଲୁତୁହି।।

ମଲା ପରେ ବି ସରିଲାନି ଦୁଃଖ ତୋର

ତୋ ଶୁଦ୍ଧିକ୍ରିୟା ପାଇଁ ବାଡ଼ା ବାଡ଼ି ହେଲୁ ଦୁଇଭାଇ

ଦଶାହ କର୍ମ ନେଇ କେତେ ଟଣା ଓଟରା

ଭାବିଲି ଭଲ ହେଇଛି ତୋତେ ଯମ ନେଇଯାଇ।।

ତୁ ଅଧା ହେଲା ପରି ଖର୍ଚ୍ଚ ହେଲା ଅଧା ଅଧା

ଆଜି"ମାତୃତ୍ତ୍ୱଦିବସେ" ଲୁହ ମାନୁନି ବାଧା

କେମିତି ପାଷଣ୍ଡ ବର୍ବର ପାଲଟିକରୁଛି ତୋ ସନ୍ତାନ

ତୋ ସେହ୍ନ ମମତାର ଅଭିନବ ସଉଦା ।।

କିଛି ଲେଖା, ସଭା ,ବାର୍ତ୍ତା ସ୍ଲୋଗାନରେ ବାନ୍ଧି

 କି ଚମତ୍କାର ବ୍ୟବସ୍ଥା!କରୁଛି ତୋ ସମ୍ମାନପାଇଁ

ବୋଉଲୋ !

ସ୍ଵର୍ଗରେ ତୁ ହସୁଥିବୁ ମୋ କୁମ୍ଭୀରକାନ୍ଦଣାନେଇ

କେତେନିଷ୍ଠୁରସ୍ୱାର୍ଥପରତୋରୂପକଳ୍ପଯାଇଛିହୋଇ!


!!!ମିନୁ!!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational