STORYMIRROR

ବି. ନିରୁପମା

Classics

3  

ବି. ନିରୁପମା

Classics

ଖୁସିରେ ଖାଆ ଲୋ ଲିଲି

ଖୁସିରେ ଖାଆ ଲୋ ଲିଲି

1 min
343


ତୋ ପାଇଁକି ଫଳ ନେଇ ଆସିଛି ମୁଁ

ଖୁସିରେ ଖାଆ ଲୋ ଲିଲି

କାଲିଠାରୁ କିଛି ନେଇଯିବି ଭାବି 

ସକାଳୁ ମୁଁ ତୋଳିଥିଲି ।


କେଇଦିନ ହେଲା ମାଉସୀ ଘରକୁ 

ଯାଇଥିଲି ମୁହିଁ ଏକା

ସେଥିପାଇଁ ପରା ତୋ ସାଥିରେ ଆଉ 

ହେଉ ନ ଥିଲା ମୋ ଦେଖା ।


ମଉସାଙ୍କ ସାଥେ ବୁଲିଲି ସିନା ମୁଁ

ତାଙ୍କ ପୁଅ ସହ ମିଶି

ମନେ ମନେ କିନ୍ତୁ ତୋତେ ଖୋଜୁଥିଲି

ଖେଳିବାକୁ ମିଳିମିଶି ।


ତୁମ ପୁଷି ଆଉ ଆମ ଟମି ଦୁହେଁ

ମନେ ପଡ଼ୁଥିଲେ ଭାରି

ମାଉସୀ ପୁଅର ଜନମଦିନ ତ 

ଯାଇଥିଲି ତେଣୁ କରି ।


କାଲି ସଞ୍ଜବେଳୁ ଫେରିଲା ପରଠୁ

ମନ ଖାଲି ହାଇଁପାଇଁ ,

ଆଜି ତେଣୁ ଏବେ ଭେଟିବାକୁ ଟିକେ

ତୋ ପାଶେ ଆସିଛି ଧାଇଁ ।



Rate this content
Log in

Similar oriya poem from Classics