Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Abstract Classics Others

4  

Anita Dash

Abstract Classics Others

ଖୁସିର ଶିଖର

ଖୁସିର ଶିଖର

1 min
224



ନିରାଶାରେ ଘେରା ଜୀବନ ଯେଉଁଠି

ଅଶାର ଆଲୋକ ଛୁଏଁ,

ପ୍ରହେଳିକା ପ୍ରଶ୍ନବାଚୀର ମରମ

ଛାଏଁ ଛାଏଁ ବୁଝିହୁଏ । [୧]


ବହୁ ପ୍ରତୀକ୍ଷିତ, ଜୀବନରେ ଯଦି

ସୁଖ-ଲବ୍ଧ ହୋଇଯାଏ,

ଚିର ଇପିସିତ ଅପ୍ରାପ୍ୟ ସେଇଠି

ପ୍ରାପ୍ତିରେ ବଦଳିଯାଏ । [୨]


ମରଣ ଦୁଆରେ ଜୀବନ ଦାନର

ଆଶୀର୍ବାଦ ଯେବେ ମିଳେ,

ଅସୀମ ଆନନ୍ଦ ପହଞ୍ଚାଇ ଦିଏ

କାଞ୍ଚନଜଂଘାର ଚୂଳେ । [୩]


ଗହନ ମନର ଅକୁହା ଭାବକୁ

ମନ ମିତ ବୁଝିଗଲେ,

ମିଠା ମିଠା କେତେ ଖୁସିର ଲହରୀ

ଖେଳିଯାଏ ମନତଳେ । [୪]


ଭାବନା ସହିତ କରମ ଯେଉଁଠି

ସରଳ ରେଖାରେ ମିଶେ ,

ମନ ବିବେକର ସୁନ୍ଦର ମେଳକେ

ଜୀବନ ଦିବ୍ୟ ପରଶେ । [୫]


ଦୁଃଖର କାରଣ ଠଉରେଇ, ତାଠୁ

ଦୂରେଇବା ଟାଣ ପଣ-

ମନେ ଭିଡି, ବାଟ ଆଗେଇ ଚାଲିଲେ

ଖୁସି ମିଳେ ସୀମାହୀନ । [୬]


ଦୟା, କ୍ଷମା, ଆତ୍ମ-ସନ୍ତୋଷ ଚିତ୍ତଟି

ହେଲେ ଚିର ସହଚର,

ଦିବ୍ୟ ଚେତନାରେ ଜୀବନ ପହଞ୍ଚେ

ଖୁସିର ଉଚ୍ଚ ଶିଖର । [୭]



Rate this content
Log in

Similar oriya poem from Abstract