Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Abstract

1.8  

Sadananda Sahoo

Abstract

ଖୁସୀ ଅାମ ହସ ଫୁଲ

ଖୁସୀ ଅାମ ହସ ଫୁଲ

1 min
3.2K


ଅାମ ଖୁସୀ ସୁନା କାହିଁ ଆନ ମନା 

    ବୁଝିମୁଁ ପାରୁନି ଜମା , 

ସରଗର ପରୀ ଅନନ୍ୟା ସୁନ୍ଦରୀ 

    କଳିଯୁଗ ସତ୍ୟଭାମା  


ରୂପରେ ଗୁଣରେ ସରି ହବ କିଏ 

     ଆହାକି ତା' ରୂପକାନ୍ତି , 

ବର୍ଣ୍ଣନା ସାପେକ୍ଷ କବି ମଧ୍ୟ ସ୍ତବ୍ଧ 

    ଅଧୁରା ରହେ ତା' ପଂକ୍ତି  


ଫୁଲଠୁ କୋମଳ ଜହ୍ନଠୁ ଶୀତଳ 

     ଆହାକି ହୃଦୟ ତାର , 

ସ୍ନେହଁ ଶ୍ରଦ୍ଧା ପ୍ରୀତି ଅଜାଡେ଼ ସବୁଠି 

     ପର ହୁଏ ଆପଣାର  


ଭାରି ଚୁଲୁବୁଲି କଥାରେ ଚାତୁରୀ 

     ମିଠା ଲାଗେ କଣ୍ଠସ୍ଵର , 

ତା'ଭାଷା ମାଧୁର୍ଯ୍ୟ କରେ ବିମୋହିତ 

     ସତେକି ଅମୃତ ନୀର 


ଭାରି ଅଭିମାନୀ ଭାରି ସ୍ବାଭିମାନୀ 

    ସହେନାହିଁ କଟୁକଥା , 

ଭୀଷଣ ଆଘାତେ ଜର୍ଜରିତ ହୁଏ  

    ବଖାଣେନି ଜମା ବ୍ୟଥା  


ପ୍ରେମ ମନ୍ଦାକିନୀ ସ୍ନେହଁ ସରାଗିନି 

     ପ୍ରେମର ଜ୍ୱଳନ୍ତ ଛବି , 

ପ୍ରେମ ପରିଭାଷା ସମ୍ପୁର୍ଣ୍ଣ ନିଆରା 

    ହସେ ଅଂଶୁମାନ ରଵି   

    

ଆଜିଯାଏ ବୋଧେ ପ୍ରେମ ପ୍ରତୀକ୍ଷା ରେ 

   ଖୁସୀରାଣୀ ଅଛି ଅାମ  , 

ଖୁସୀ ଯେ ହସିବ ପ୍ରେମରେ ମଜ୍ଜିବ 

    ଦୂରହେଵ ସବୁ ଭ୍ରମ  



Rate this content
Log in

Similar oriya poem from Abstract