STORYMIRROR

Pratap Chandra Mishra

Inspirational

3  

Pratap Chandra Mishra

Inspirational

ଖୁସି

ଖୁସି

1 min
155


 ଶୁଭ ଯିବ ଆଜି ସ୍କୁଲ୍

ମାମା ପାଖେ କରେ ଅଳି

ଯିବିନି ମାମା ସ୍କୁଲ୍ ଆଜି

ଗୁରୁଜୀ ଦେବେ ଗାଳି।।


କାରଣ କହିଲା ଶୁଭ

ହୋମ୍ ୱାର୍କ ସରିନାହିଁ

ସମୟ ନୋହିଲା ମତେ

ସକାଳୁ ନ ଉଠାଉ ତୁହି।


ମମତାରେ ମଥା ଆଉଁସି

ମାମା କହିଲେ ପାଖେ ବସି

ପାଠ ଅର୍ଜିବା ପାଇଁ

ଆଳସ୍ୟ ତ୍ୟାଗ କାହାକୁ ନ କରି ଦୋଷୀ।।


ମିଛ କଥା କହି ବାହାନା

ସ୍କୁଲ୍ ଯାଆ ଘରେ ନ ରୁହ

ବିପଦ ପତିଲେ ସତେ

ତତେ ବିଶ୍ୱାସ କିଏ ନ କରିବ ।।


ଜ୍ଞାନ ଆରଜିଲେ ଦିନେ

ଜଗତକୁ ଜିଣି ଯିବା

ବିଦ୍ୟାଳୟ ମିଛେ ନ ଗଲେ

ପାଠରେ ପଛୁଆ ହେବା।।

ସାଥି ସାଙ୍ଗ ହେବେ ଆଗୁଆ

ତୁ ରହିବୁ ତଳେ

ସତ କହି ଦେଲେ ନ ଠକି ଜଗନ୍ନାଥ ସାଥେ

 ରହିବେ ବଳେ।।


ବଳବାନ୍ କେତେ ସମୟ

ଶୁଭ ଭାବୁଛି ବସି

ମାମାଙ୍କୁ କହୁଛି ଗେହ୍ଲାରେ

ସ୍କୁଲ୍ ଯିବା ମୋ ଖୁସି ।


ହେଳା କରିବିନି ଆଉ

ଗୁରୁଜୀ କାମ ଯାହା ଦେବେ

ନିଇତି ଆଲାରାମ୍ ଦେଇ

ପ୍ରାତଃ ଉଠି କାମ ସବୁ ସାରିବି ସରାଗେ।।


ଆଶିଷ ଢାଳି ଦେଲେ

ହରଷ ହୋଇଲେ ମାମା

ଶୁଭ ଖୁସିରେ ସ୍କୁଲ୍ ଗଲା

ଜୀବନେ କେବେ ହାରିନି ଜମା।।




Rate this content
Log in

Similar oriya poem from Inspirational