STORYMIRROR

Gangotri Priyadarshini

Tragedy Classics Fantasy

3  

Gangotri Priyadarshini

Tragedy Classics Fantasy

ଖୁସି ପସରାରେ ହାହାକାର

ଖୁସି ପସରାରେ ହାହାକାର

1 min
222

ଆଜି କାଲି ଚାରିଆଡ଼େ  

ହସର ପସରା ବସୁନି କି

ହସ ମାନେ ଫୁଲେଇ ହେଉ ନାହାନ୍ତି

ହସର କଳା ବଜାରି ଏବେ ଜୋର ଧରିଛି

ତୁଣ୍ଡି ତଳେ ହସ ଆଉ ଏତେ ଖାସ୍ ଲାଗୁନି

ନିଜ ନିଜ କଲିଜାକୁ ନେଇ କୋରଡ ଖୋଜି ⁷

ଲୁଚାଇବାର ପ୍ରତିଯୋଗୀତା ଚାଲିଛି ।


ଖୁସି, ରୋଗ ପାଖେ ଦେବତା ପାଖେ

ନିଶ୍ବାସ ପାଖେ ସମ୍ପର୍କ ପାଖେ ନିତି ମଥା ପିଟି କାନ୍ଦୁଛି

ଖୁସି କୁ ମନା ସୂର୍ଯ୍ୟ ଦେଖିବାକୁ

ଗାଢ଼ ଅନ୍ଧାରକୁ ଜଗା ରଖା ଦାୟିତ୍ବ କୁଆଡେ ତାର

ଏମିତି ତ କିଛି ସର୍ତ୍ତ ନଥିଲା ଏ ଜନ ସମୁଦ୍ରରେ

ସବୁ ତ ନିଜ ଇଚ୍ଛାରେ ରଙ୍ଗୀନ କାଗଜ ଡଙ୍ଗା ଭଳି

ଭାସି ଚାଲି ଥିଲେ,ଏବେ ଏତେ କଟକଣା

ଅମାନିଆ ପଣର ଏ ଦଣ୍ଡକୁ ସମ୍ଭାଳ ।


କେମିତି ରହି ହେବ ଏଇମିତି

ଦୂରେଇ ଦୂରେଇ ଇଚ୍ଛା ବିରୁଦ୍ଧରେ

ନିୟତି ର ହୁକୁମ ମାନି ନିଅ

ତା ଚାବୁକ ଏବେ ଡରେଇ ଡ଼ରେଇ ଦୁନିଆ ସାରା ବୁଲୁଛି

କେହି କହୁଥିବାର ଶୁଣିଥିଲି

ଏବେ କାଳେ ସମୟ ଟା ଦୁଃସମୟ ସାଜିଛି

ନିଃଶ୍ୱାସ ନେବାକୁ ଅନୁମତି ଲୋଡା ବେପରୁଆ ହେଇ ।


ଭାବି ଦେବା ଅବାଧ୍ୟ ଈଶ୍ୱର

ଏବେ ଆଉ ବିଶ୍ୱାସ କରିବେନି

ଆମ ମିଥ୍ୟାବାଦିଙ୍କର ଅଭିନୟରେ

ଏବେ ଯାହା ହେବ ସବୁ ତାଙ୍କର ଇଜିଲାସ ରେ

ନିର୍ଭୁଲ ହିସାବ ନିକାଶ 

ବିଶ୍ୱାସ ହେଉନି ଯଦି ଅପେକ୍ଷା କର

କଣ ସବୁ ହେଉଛି ଆଗକୁ ଏ ଦୁନିଆରେ

କେବଳ ତାଙ୍କର ଅଦୃଶ୍ୟ ଇଶାରାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy