STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଖୁସି ମିଳୁ ଅସୁମାରୀ

ଖୁସି ମିଳୁ ଅସୁମାରୀ

1 min
2

କବିତା - ଖୁସି ମିଳୁ ଅସୁମାରୀ
ରଚନା - ପଞ୍ଚାନନ ଜେନା
ତାରିଖ -୦୧-୦୧-୨୦୨୬
 +++++++++++++++++
ସମୟ ଶାଖାରେ ପୁଣି
ନୂଆ ଫୁଲ ଫୁଟିଲାଣି
ପୁରୁଣା ବର୍ଷର ଅଧାଗଢ଼ା ସ୍ବପ୍ନ
 ପୁଣି କଡ଼ ଲେଉଟିଲାଣି
ନୂଆ ବର୍ଷର କାନ୍ଧରେ ବସି
ପୁଣି ଅସୁମାରୀ ଆଶା ଦାନା ବାନ୍ଧିଲାଣି

 ହସ ଖୁସିର ଅମୃତ ଆସର
ହର୍ଷ ଉଲ୍ଲାସର ଅନନ୍ତ ବାସର
ପୁଣି ସମ୍ଭାବନାର ଭୃଣ ଲାଗିଲାଣି
ମାଂସ ଭାତର ଭୁରି ଭୋଜନ
ବଣଭୋଜିର ସ୍ଵାଦ ସନ୍ଧାନ
ପୁଣି ବନ୍ଧୁମିଳନ ଗହଳ ଚହଳ ଦିଶିଲାଣି

 ଫୋଲତୋଡ଼ା ଡ଼ାଇରୀ ମାଧ୍ୟମେ
 କରମର୍ଦ୍ଦନ କରବଦ୍ଧ ପ୍ରଣାମେ
ମୁରୁକି ହସ ପୁଣି ଫଗୁଣେଇଲାଣି
 ଜୀବନର କ୍ଷଣ କ୍ଷଣ ପୁଣି ହସିଲାଣି
 ନୂଆ ବର୍ଷର ନୂଆ ଫର୍ଦ୍ଦରେ
ଜିତିବାର କାହାଣୀ ଲେଖା ଚାଲିଲାଣି

 ଋତୁ ବଦଳିବା ପରି ବର୍ଷ ବି ବଦଳିବ
କ୍ୟାଲେଣ୍ଡର ପୃଷ୍ଠା ବି
ଜାନୁୟାରୀ ଏକ ତାରିଖର ଚିତ୍ର ବି
କିନ୍ତୁ ଚରିତ୍ର ନ ବଦଳୁ
କିନ୍ତୁ ଆଚରଣ ନ ବଦଳୁ
ମଣିଷ ଭିତରେ ମାନବିକତା ପୁଣି ଡଙ୍କେଇଲାଣି

 ଖୁସି ମିଳୁ ଅସୁମାରୀ
 ଆମ ବନ୍ଧୁତା ହେଉ ନିବିଡ଼ ସର୍ବୋପରି
ନୂଆବର୍ଷ ତ ଆସିବ ଯିବ
ଆମର ମିତ୍ରତା ରହିବ ରହିଥିବ ତଦୋପରି
 ଚିରହରିତ ପର୍ଣ୍ଣ ପଲ୍ଲବରେ ବନ୍ଧା ଛନ୍ଦା
କମନୀୟ କସ୍ତୁରି ପରି ମହକିତ ବଲ୍ଲରୀ
ମହନୀୟ ସର୍ବରୀ ପରି ବନ୍ଦନୀୟ ମାଧୁରୀ

 ନୀଳାଚଳନାଥଙ୍କ ଚରଣ କମଳେ
 ଏତିକି ମାଗୁଣି ମୋର
ଦୀନ ହୀନ ବିନୟାବନର ଗୁହାରୀ ଶୁଣିବ ଧୀର

 ସ୍ୱାସ୍ଥ୍ୟ ହିଁ ହେଉ ଶ୍ରେଷ୍ଠ ସଂପଦ
ବନ୍ଧୁତା ହିଁ ହେଉ ଶ୍ରେଷ୍ଠ ଔଷଧ
 ଶବ୍ଦ ସଂଚାର ହିଁ ହେଉ ଶ୍ରେଷ୍ଠ ସଂବାଦ

 ସମ୍ଭବରୁ ସମ୍ଭାବନା ପଥରେ
ସମସ୍ୟାରୁ ସମାଧାନ ପନ୍ଥାରେ
 ଅର୍ବାଚୀନରୁ ସ୍ୱାଧୀନ ମାର୍ଗରେ
ମାନବସମ୍ବଳ ହେଉ ଅଭିମନ୍ତ୍ରୀତ
 ନୂଆ ବର୍ଷ ୨୦୨୬ରେ
 କଳ୍ପନା ଜଳ୍ପନା ପ୍ରସୂତୀ ସାଜିଲାଣି ।


Rate this content
Log in

Similar oriya poem from Inspirational