STORYMIRROR

SARATA KUMAR DAS

Abstract

2  

SARATA KUMAR DAS

Abstract

କହୁଛି ମୁଁ କଥାଟି ଏ

କହୁଛି ମୁଁ କଥାଟି ଏ

1 min
373

ରୁହ ରୁହ ପିଲେ ଟିକେ ରହିଯାଅ

କହୁଛି ମୁଁ କଥାଟିଏ,

ମନଦେଇ ତୁମେ ପଢୁଥିବ ପାଠ

ହେବ ଭଲ ଚାଟଟିଏ


ବାପା ମାଆଙ୍କର କଥା ମାନୁଥିବ

ଦେବ ନାହଁ ମନେ ଦୁଃଖ, 

ସବୁ ଦୁଃଖତକ ନିଜେ ପିଇ ଯାଇ

ଦିଅନ୍ତି ତମକୁ ସୁଖ


ଗୁରୁ ଗୁରୁଜନ ଆଶିଷ ଲଭିଲେ

ବଡ ହେବ ତୁମେ ଦିନେ ,

ମାନ ସନମାନ ରଖିବ ଦେଶର

ରଖିଥିବ ସଦା ମନେ


ଫୁଲପରି ତୁମ ବାସ ଚହଟିବ

ଦେଶରୁ ବିଦେଶ ଯାଏ,

ଦିନେ ହେବ ତୁମେ ଗାନ୍ଧୀ, ଗୋପବନ୍ଧୁ 

ରଖିବ ତ ନାଁ ଟିଏ


ଦୂରେଇ ରଖିବ ପାଖରୁ ତୁମର

ଗରବ ଓ ଅହଙ୍କାର,

ସତ୍ୟ ଧରମରେ ମନ ରହିଥିବ

ସ୍ବାର୍ଥକୁ କରିବ ପର


ଆସୁ ଯେତେ ପଛେ ବାଧା ଓ ବନ୍ଧନ

ଡରିଯିବ ନାହଁ କେବେ,

ବିଭୁଙ୍କ ପୟରେ ରଖିଥିବ ମନ

ସୁଫଳ ପାଇବ ତେବେ


ଥିଲେ ଥାଉ ପଛେ ଗୁଣର ଅମାର

ଚରିତ୍ର ଅଟଇ ସାର ,

ସତ କରମରେ ଆଗେଇ ଚାଲିବ

ହସି ହସି ନିରନ୍ତର


ତୁମେ ପରା ପିଲେ ଟିକିଟିକି କଢି

ଫୁଲହୋଇ ଫୁଟୁଥିବ,

ଏ ଦୁନିଆ ପଥେ ଯେତକ ସୁବାସ

ଝରଝର ଝରୁଥିବ


ଶୁଣ ଶୁଣ ପିଲେ କହୁଛି କଥାଟି

ଭୁଲିବନି ଜୀବନରେ,

ସଂଯତ କରିବ ମନକୁ ତୁମର

ବିବେକର ଆହ୍ବାନରେ


ଯଶ ଗଉରବ ଅଜାଡି ପଡିବ

ନିତି ତୁମ ଆଂଜୁଳାରେ,

ହସୁଥିବ ଦେଶ ହସୁଥିବ ମାଟି

ନାଚୁଥିବ ମନ ଧୀରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract