ଖୁବ୍ ଜରୁରୀ
ଖୁବ୍ ଜରୁରୀ
ତୁମେ କହିପାର ଜରୁରୀ ଥିଲା
"ମୁଁ " ଖୋଳପାକୁ ଠେଲି ଦେଇ
ଅହଁକାର ଦାଣ୍ଡ ଦରିଜା ପେଲି ଦେଇ
ବାହାରି ଯିବାର ଥିଲା " ଆମେ" ର ରାଜ ରାସ୍ତାରେ
ଖୁବ୍ ଜରୁରୀ ଥିଲା ମୁଁ କହିପାରେ
ଭୟର ପାଵଚ୍ଛ ଡେଇଁଲେ ଯାଇ ଦିଶିବ
ବିଜୟ ବୈଜୟନ୍ତୀ
ଧୌର୍ଯ୍ୟର ଠେଙ୍ଗା ଧରିଲେ ଯାଇ ଜିତିହେବ
ଦିଶାହରା ଦମୟନ୍ତୀ
ଖୁବ୍ ଜରୁରୀ ଥିଲା ମୁଁ ଭାବିପାରେ
କଣ୍ଟାର ଆଘାତ ସହିବାକୁ ସାହାସ ଯୁଟିଲେ
ମିଳିବ କୁସୁମ ପରସ
ପ୍ରତାରଣାର ଗଣ୍ଡୁଷ ପିଇ ପାରିଲେ ମିଳିବ
ପ୍ରେମର ଖାଣ୍ଟି ପୀୟୁଷ
ଖୁବ୍ ଜରୁରୀ ଥିଲା ମୁଁ ଠାଣିପାରେ
ବୁଝି ପାରିଲେ ପରଦା ପଛର ପ୍ରେରଣା ରହସ୍ୟରେ ବୁଣା ଛଣା
ଜାଣି ପାରିଲେ ଛାଇ ତଳେ ଲୁଚକାଳି ଖେଳୁଥିବା ବହଳ ଅନ୍ଧାର ଅମଣା
ତୁମ ଜରୁରୀ କରୁଛି ଜି ହଜୁରୀ
ଜୀବନ ଅସ୍ତାଚଳେ
ମୋ ଖୁବ୍ ଜରୁରୀ ମାଗୁଛି ମଜୁରୀ
ନିରବ ନିବାରଣ ବଳେ ।
