Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Satyabati Swain

Tragedy

3  

Satyabati Swain

Tragedy

ଖୁବ୍ ଭଲ ପାଏ

ଖୁବ୍ ଭଲ ପାଏ

1 min
235



ବିଚିତ୍ର

ଏ ଦୁନିଆଁ

ସଂପର୍କ

ପଥ

ପଥିକ

ଲକ୍ଷ୍ୟ

ଏବଂ

ତୁ ଆଉ ମୁଁ।


ମୁଁ ଜାଣେନା

କଣ

କାହିଁକି

କେମିତି

କେଉଁଠୁ

ଆରମ୍ଭ କେଉଁଠି ହେବ ଶେଷ

ଏତିକି ଜାଣିଛି

ତୁ ଅଛୁ ମୋ ଭିତରେ

ଏ ନିଃଶ୍ବାସ ଚାଲୁଥିବା ଯାଏ।


ଲୁହ ମାନେନି ଆଖି ଏରୁଣ୍ଡି

ବହି ପଡେ

ହୋଇ ବୁନ୍ଦା ବୁନ୍ଦା

ତୋତେ ଅନୁଭବୀ

ମିଠା ମିଠା ଦରଜ

ମୋତେ ଅଣନିଃଶ୍ଵାସୀ କରନ୍ତି

ମାଛ କଣ୍ଟା ଲାଗିଯାଏ

ଅବା ମୋ ତଂଟିରେ।


ଏଇ ଟିକକ ପାଇଁ ତ

ନିଃଶ୍ଵାସ

ଚାଲୁଛି ମୋ ଭିତରେ

ମନେ ରଖିବୁ

ଖୁବ୍ ଭଲ ପାଏ ତୋତେ

ପାଉଥିବି

ମହାଯାତ୍ରା ପରିର୍ଯ୍ୟନ୍ତେ।




Rate this content
Log in