STORYMIRROR

Sudhir Kumar Panda

Abstract

2  

Sudhir Kumar Panda

Abstract

ଖରାପ ସ୍ବପ୍ନ

ଖରାପ ସ୍ବପ୍ନ

1 min
321

କହୁଛି ସତ କଥା ଏ ମୋ ସ୍ବପ୍ନର ବଖାଣ

ସେଦିନ ସନ୍ଧ୍ୟା ଅଜାଙ୍କ ହୋଇଥିଲା ମରଣ

ମଶାଣିକୁ ଯାଇ ଦାହ ସଂସ୍କାରକୁ ସାରିଲୁ

ଗାଢ ରାତି ଅନ୍ଧାରରେ ଘରକୁ ଯେ ଫେରିଲୁ

ଧାଆଁ ଦୌଡ ଦିନ ସାରା ହୋଇଥିଲି ହାଲିଆ

ଘରକୁ ଫେରିବା ପରେ ଲାଗୁଥିଲା କୋଢିଆ

ଅବସନ୍ନ ଦୁଃଖ ମନେ ଶେଜ ମୋର ଧରିଲି

ଏକୁଟିଆ ଯାଇ ମୁଁ ଉପର ଘରେ ଶୋଇଲି

ଶେଜ ପାରି ଘରଟିକୁ ଅନ୍ଧକାର କରିଲି

ଶେଜରେ ପଡି ମୁଁ ମନେ ନିଦ୍ରା ଦେବୀ ବରିଲି

କ୍ଲାନ୍ତ ମୋ ଶରୀର ଥିଲା ମନ ଅବସନ୍ନ

ସାଂଗେ ସାଂଗେ ନିଦରେ ମୁଁ ହୋଇଲି ଆଚ୍ଛନ୍ନ

ଅଳପ ସମୟ ପରେ ସପନଟେ ଦେଖିଲି

ସପନ ଭିତରେ କାଳେ ବିପଦରେ ପଡିଲି

ମୁଁ କୁଆଡେ ଧାଉଁଥିଲି ଗୋଡାଇଲା କେ ମୋତେ

ବୁଝି ମୁଁ ପାରୁନଥିଲି ମୁକୁଳିବି କେମନ୍ତେ

ଏହିଭଲି ଅବସ୍ଥାରେ ସୁମରିଲି ମୋ ଇଷ୍ଟ

ସତେ ସେ ଆସି ମୋହରି ପୁରାଇଲେ ଅଭିଷ୍ଟ

ଚାରିଆଡେ ମୋତେ ଖାଲି ଦେଖାଗଲା ଧୂଆଁ

ହତବାକ ହୋଇ ଚାହିଁ ରହିଗଲି କରି ଆଁ

ଶବଦ ଶୁଭିଲା ଏକ ସତେ ବୋମା ଫାଟିଲା

ସେ ଶବଦେ ଡରିଗଲି ନିଦ ମୋର ଭାଙ୍ଗିଲା

ଉଠି ଦେଖେ ଚାରିଆଡେ ଧୂଆଁ ଭରି ରହିଛି

ବାହୁ ବନ୍ଧା ଡେଉଁରିଆ ଫାଟି ତଳେ ପଡିଛି

ଏମିତି ସପନ ଆଉ ଜୀବନରେ ଦେଖିନି

କେମିତି ଏମିତି ହେଲା ବୁଝି ମୁଁ ଯେ ବୁଝିନି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract