ଖୋଲା ବଜାର
ଖୋଲା ବଜାର
ଖୋଲା ବଜାରରେ ଗହଳି ଲାଗଇ
ମନୋହର ଶୋଭା ପରିପୂର୍ଣ୍ଣ ସ୍ଥଳୀ ।
ଅଟେ ସେହି ଖୋଲା ବଜାର ଅଞ୍ଚଳ
ସହର ନଗର କିବା ମଫସଲ ।
ଗାଆଁ ପାଖରେ ଯେ ବସି ଥାଏ ହାଟ
ପଡ଼ିଆ ଜମିରେ ଥାଏ ଅବସ୍ଥିତ ।
ପରିବେଶ ତାର ଶୋଭା ର ଭଣ୍ଡାର
ଲୋକ ଗହଳି ରେ ଜନ।କୀର୍ଣ୍ଣ ଚିର ।
ପ୍ରତି ସପ୍ତାହ କୁ ବସଇ ବଜାର
ବିପଣି ମାଳ।ରେ ହୁଅଇ ମୁଖର ।
କିଣା କିଣି ଆଉ ବିକା ବିକି ଚାଲେ
ତୀବ୍ର ତର ହୋଇ ଯେ ଖୋଲା ମେଲାରେ ।
ଯେଉଁ ଦ୍ରବ୍ୟ ଯାହା ଚାହିଁବ ଯେପରି
କିଣି କି ଆଣିବ ତହିଁ ବାଛି କରି ।
ନାନା ପ୍ରକାର ର ପନୀ ପରିବାକୁ
ପାଇବା ସେଠାକୁ ଯାଇ ଦେଖିବାକୁ ।
କେତେ କେତେ ଫଳ , ଫୁଲ , ଶସ୍ୟ ମୂଳ
ବିପଣୀ ମାଳା ରେ ଦିଶେ ମୁଖରିତ ।
ଜାମା , ଲୁଗା , ଅବା , ତେଜରାତି ମାଲ
ବିକିବାକୁ ଖୋଲା ବଜାର ବେପାର ।
ଜମାଇଥିବା ର ଦେଖିବାକୁ ମିଳେ
ଦୂରରୁ ବହୁ ଦୂର ଚହଳ ଶୁଭେ ।
ମହାଘୋର କୁହାଟ କମ୍ଫେ ଚୌଦିଗ
ନାନା ଦ୍ରବ୍ୟ ଗନ୍ଧେ ସଞ୍ଚରେ ସୌ ଗନ୍ଧ ।
ଖୋଲା ବଜାର ରେ ବଡ଼ା ଓ ପକଡା
ଗୁଡିଆ ଜିନିଷ ମୁଆ ଓ ଉଖୁଡା ।
ଗୁଲ ଗୁଲା ପାନ୍ତୁଆ , ମଲପା, ମିଠାଇ
ଖାଉ ଥାନ୍ତି ଜନେ ବସି କି ପାକୁଳି ।
ଦୂରୁ ଦେଖିଲେ ଏ ଦୃଶ୍ୟ ମନୋହର
ଟକଳା ଟକଳି ନିଗଳାନ୍ତି ନାଳ ।
ମାଛ , ମାଂସ , ଅବା କି ପନି ପରିବା
ଖୋଲା ବଜାରରେ ସମସ୍ତ ପାଇବା ।

