Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sandhyarani dash

Tragedy

3  

Sandhyarani dash

Tragedy

ଖୋଜୁଛି ପୁରୁଣା ପ୍ରେମର ସୂଚନା

ଖୋଜୁଛି ପୁରୁଣା ପ୍ରେମର ସୂଚନା

1 min
115


ରାତ୍ରୀ ମାଡ଼ି ଆସେ ସୂଚନା ନ ଦେଇ

ସଞ୍ଜ ପାରିଲାନି ରୋକି,

ଅତୀତଟା ଆଜି ଝାପସା ଦେଖାଯାଏ

ଜୀବନଟା ଅଛି ବାକି।

ଅତୀତର ସେହି ପୁରୁଣା ସ୍ମୃତିକୁ

ଯେତେ ଥର ମୁହିଁ ଖୋଜେ,

ଦିବସର ସେହି ମଲା ଜହ୍ନ ପରି

ପ୍ରତି ଥର ସିଏ ହଜେ।

କାଲିର ଅତୀତ ଆଜିର ବାସ୍ତବ

ଧରି ରଖିବାକୁ ମନା,

ବାସ୍ତବଟା ପୁଣି କେବେ ଚାଲିଯିବ

କାହାକୁ ନ ହେବ ଜଣା।

ମନ ତଳେ କେବେ ଶ୍ରାବଣ ଆସିଲେ

ଟିପି ଟିପି ଝରି ଯାଏ,

ଦୁଃଖ ବାଦଲ ଟା ସ୍ମୃତ ର ପବନେ

ଦୂରକୁ ଦୂରକୁ ଯାଏ।

ମରମ ତଳର ପ୍ରେମ ଭାବନାକୁ

ସହଜେ ହୁଅନି ଭୁଲି,

ବାରମ୍ବାର ଏହି ପ୍ରୟାସରେ ମୁହିଁ

ଥକି ପଡ଼ିଲାଣି ଚାଲି।

କାଳ ବକ୍ଷେ ହଜି ଗଲାଣି ସେଦିନ

ଏ କଥା ଜାଣେ ମରମ

ତଥାପି ଏ ମନ ବୁଝୁ ନାହିଁ କାହିଁ

ଖୋଜୁଛି ପୁରୁଣା ପ୍ରେମ।



Rate this content
Log in

Similar oriya poem from Tragedy