ଖୋଜୁଛି ପଥିକ
ଖୋଜୁଛି ପଥିକ
ଖୋଜୁଛି ପଥିକ
ପାନ୍ଛଶାଳାଟିଏ ରାତିକ
ପାଇଁ ହୋଇବ ତା ସାଥି
ବାଣ୍ଟି ନେବ ତାର ବିଶ୍ରାମ ବିରତି
ବହୁ ପଥ ଅତିକ୍ରମ କରି ଆସିବି
କରିବନେବ ସେ ତାକୁ ମୂକସାକ୍ଷୀ ।
ଶୁଣାଇ ଦେବ ତାର
ଅନ୍ତର ବେଦନା ତାକୁ
ଟପ୍ ଟପ୍ ଝାଳର
ଅକୁହା ଗୀତି
ଯାହା ସେ ଚଲା ପଥରୁ
ସାଉଁଟି ଆଣିଛି
କେତେ ଯେ ଭାବନା ତାର
ଆଶା ଅସୁମାରୀ ଲୁଚାଇ ରଖିଛି
ଦୁନିଆ ଦୂଆରେ ରାତିକର
ଗଙ୍ଗଶିଉଳି ପଥିକ ସାଜି
ପାନ୍ଛଶାଳାଟିଏ ଖୋଜୁଛି ।