STORYMIRROR

Lakshapati Podh

Romance

3  

Lakshapati Podh

Romance

ଖୋଜୁଛି ମୁ ତୋତେ

ଖୋଜୁଛି ମୁ ତୋତେ

1 min
263

ଆଷାଢ଼ ମାସର ବରଷା ଛିଟାରୁ,

ଆରମ୍ଭ ହୁଏ ମୋର ପ୍ରେମ।

ଦେଖିବାକୁ ତୋତେ ଆଖି ଚାହିରହେ,

ପୁଣି ଖୋଜୁଥାଏ ମୋର ମନ।


ଏତେ ତୁ ଲାଜେଇ,ଏତେ ତୁ ଗେହ୍ଲେଇ,

କହି ପାରେନାହିଁ କିଛି ତୋତେ।

କେମିତି କହିବି ଭଲପାଏ ବୋଲି,

ବୁଦ୍ଧି ଦିଶୁ ନାହିଁ କିଛି ମୋତେ।


ଦେଖିଲେ ତୋତେ ମନ ଭରିଯାଏ,

ନ ଦେଖିଲେ ଭାଙ୍ଗିଯାଏ ମନ।

କେବେ ତୁ ବୁଝିବୁ କେବେ ତୁ ଜାଣିବୁ,

ଚାହିଅଛି ମୁ ତୋତେ ରାତିଦିନ।

ଖୋଜୁଛି ମୁ କେତେ ଭାଳି ଭାଳି କେତେ,

ବୁଝି ପାରୁନୁ କି ତୁ ମୋର ଅଭିମାନ୍।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance