ଖୋଜିବା ବୌଦ୍ଧିକ ଶକ୍ତିଙ୍କୁ
ଖୋଜିବା ବୌଦ୍ଧିକ ଶକ୍ତିଙ୍କୁ
ଭାଷା ଅନୁସାରେ ହୁଏ ତ
ଏକ ପ୍ରଦେଶ
ଭାଷା ଭିତ୍ତିରେ ଓଡିଶା ହୋଇଛି
ପ୍ରଥମ ପ୍ରଦେଶ |୧|
ଓଡ଼ିଆ ଭାଷାକୁ ସମୃଦ୍ଧବନ୍ତ
ନକରିଲେ
ଓଡିଶାର ପ୍ରାଧାନ୍ୟ ରହିବକି
ଆମ ଦେଶରେ |୨|
ଆଜି ଆମେ ଭାବିବା ଯେତେ
ଓଡ଼ିଆ ଅଛୁ
ସ୍ୱାଭିମାନକୁ ସତରେ କଅଣ
ହରାଇ ଦେଇଛୁ |୩|
ଆମ ଭିତରେ କଅଣ ଓଡିଆ
ଜାତି ପ୍ରୀତି ନାହିଁ
ଆମ ଭିତରେ କଅଣ ଓଡିଆ
ଭାଷା ପ୍ରତି ପ୍ରୀତି ନାହିଁ |୪|
ସଦ୍ଭାବନା ସମନ୍ଵୟ ଏକତାର
ସୁରକ୍ଷା ପାଇଁ
ସାହିତ୍ୟ ସଂସ୍କୃତି ପରମ୍ପରାର
ଦରକାରୀ ଥାଇ |୫|
ଉପରକୁ ସୁନ୍ଦର ନଥିଲେ ସରଳତା
ଉତ୍ତମ ଗୁଣ
ରୂପରେ ଆକର୍ଷିତ ହେଲେ ବି ସେ
ସୁନ୍ଦରତା ମୂଲ୍ୟହୀନ |୬|
ଯେତେ ସୁନ୍ଦର କବିତା ଲେଖିଲେ
ବି ପ୍ରଶଂସକ ଅଭାବରେ
ସେ କବିତା ସଦା ସମାଜ ଭିତରେ
ଅର୍ଥହୀନ ହୋଇ ଯାଏରେ |୭|
ଜ୍ୟେଷ୍ଠେ ରୌଦ୍ରତାପ ଉତ୍ତପ୍ତ ଶରୀର
ମୌସୁମୀ ପ୍ରବେଶ ହୁଏ
ସ୍ୱଳ୍ପ ବୃଷ୍ଟିପାତ ଉଷ୍ମତା ଭରଇ ବୀଜ ତ
ଗଜା ହୋଇ ଥାଏ |୮|
କୃଷିର ପରବ ହର୍ଷ ଉଲ୍ଲାସରେ ନାଚଇ
କୃଷକ ମନ
ଏହି ଅର୍ଥରେ ଗ୍ରୀଷ୍ମ ବର୍ଷାର ମିଳନ କାଳେ
ରଜ ପରବର ପାଳନ |୯|
ଆନନ୍ଦ ମୟ ଖେଳ କଉତୁକ ରସ
ଭରା ରଜପର୍ବ ଆମର
ସୃଷ୍ଟି କରନ୍ତି ତତ୍ତ୍ୱଜ୍ଞାନୀ ଓଡିଶାର ନାରୀ ନର
ଯାହା ନାହିଁ ମହୀର ମଧ୍ୟର |୧୦|
ଯେତେ ସୁନ୍ଦର ନୃତ୍ୟ କରିଲେ ବି
ସେ ନୃତ୍ୟର ଦର୍ଶକ ଯଦି ନଥିବ
ତାହେଲେ ସେହି ନୃତ୍ୟାଙ୍ଗନା ନିଶ୍ଚେ
ତାଳ ହୀନ ହୋଇଯିବ |୧୧|
ଉନ୍ନତି ଆଣିବା ସଂଗୀତ ନାଟକ
ଜ୍ଞାନ ବିଜ୍ଞାନର
ଖୋଜିବା କଳା ଐତିହ୍ୟ ଇତିହାସ
ବୌଦ୍ଧିକ ଶକ୍ତିର |୧୨|
