ଖୋଜି ହୁଏ
ଖୋଜି ହୁଏ
ମନ ଖୋଜି ହୁଏ ରାତି ଦିନ କାହିଁ
ଆଖି ହେଉଥାଏ ଝୁରି
ନିଦ ରହୁନାହିଁ ଆୟତରେ ଜମା
ସ୍ବପ୍ନ ଯେବେ ଦେଲ ଭରି ।
ରାତି ରାତି ବିତେ ଭାବନାରେ କେତେ
ଆନମନା ହୁଏ ମନ
ପ୍ରତିଶୃତି ନୁହେଁ ପ୍ରତିବଦ୍ଧ ହୋଇ
ଭରି ଦିଅ ଶୂନ୍ୟସ୍ଥାନ ।
ନୟନର ବାରି ଆସେ ଯେବେ ଝରି
ଲେଖି ହୁଏ ତୁମ ନାମ
ଦେଖିବ କେମିତି ଦେଖେଇବି କୁହ
ଅନ୍ତର ତଳର ପ୍ରେମ ।
ସ୍ବପ୍ନ ରାଇଜର ସାଥିଟିଏ ହୋଇ
କେତେ ଦିନ ଥିବ ରହି
ବାସ୍ତବରେ ଆସି ହେ ପ୍ରିୟ ମଣିଷ
କେବେ ଯାଅ ଥରେ କହି ।
ମନ ମନ୍ଦିରର ଦେବତା ହେ ମୋର
କର ମୋତେ ପୂଜାରିଣୀ
ପ୍ରୀତି ଅର୍ଘ୍ୟ ଦେଇ ପୁଜୁଥିବି ନୀତି
ଘେନ କର ବାରେ ପାଣି।

