Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Parida

Action Inspirational

3  

Lopamudra Parida

Action Inspirational

ଖୋଜ

ଖୋଜ

1 min
199


ବେଳେ ବେଳେ ମନ ଖୋଜେ

କିଏ ଜଣେ କୋଉ ଅଦୂର କି ସୂଦୂରରୁ

ମୋ ପାଇଁ କହନ୍ତା,

" ମୁଁ ଅଛି,

ସବୁ ଭଲ ହବ ,

ଯାହା ଯେତେ ବେଳେ କହିବାକୁ ଇଛ୍ଛା

ମତେ କହିପାରୁ,

ମୁଁ ଶୁଣିବି ଅନ୍ତିମ ବିନ୍ଦୁର ଆରମ୍ଭ ଯାଏଁ

ତୋ ହାତ ଧରି ।

ମୁଁ ଥିବି

ସବୁ ସମସ୍ୟା, ସମାଧାନ, ଉପାୟ ଦେଇ

ତୋ ମନରେ,

ମୁଁ ତୋର ମନର ସାଥୀ,

ଆଖି ମୁଦି ଭରସା କରିଦେଖ

ପାଇବୁ ସବୁ ଜନ୍ମ ର

ହୃଦସ୍ପନ୍ଦନରେ ।"

ବେଳେ ବେଳେ ଏଇ କଥା କୁହା ଛାଇଟି ଦିଶେ

ଆଉ ଢଳି ହେଇ ଆପଣେଇ ନେଉ ନେଉ ଅପସରି ଯାଏ

ଗହିରିଆ କି ପୋତିଥିବା

ବିଶ୍ବାସ ମଞ୍ଜି ଟି ଫଟେଇ

ଫିଙ୍ଗିଦେଇ ।

ଏବେ ଖରାତରା ରେ ମୁଁ ଆଉ ଏ ମନ

ପୁଣି ଖୋଜିଲୁଣି

ଏମିତି ସବୁ କହିପାରୁଥିବା

ଆଉ ଏକ ଛାଇ

ଆମକୁ ବୁଝେଇବ କିଏ ।


Rate this content
Log in

Similar oriya poem from Action