STORYMIRROR

Sudeshna Misra

Children

3  

Sudeshna Misra

Children

କହ୍ନେଇର ଜନ୍ମଦିନ

କହ୍ନେଇର ଜନ୍ମଦିନ

1 min
295

ଆଜି କହ୍ନେଇର ଜନମଦିନ

ସାଙ୍ଗମାନେ ମିଶି ଯୋଜନା କରନ୍ତି

କିଭଳି କରିବେ ଏହା ପାଳନ


ସଜେଇଦେବେ ସେ କଦମ୍ବ ବନ 

ବଇନା ନେଇଛି ରାଧା ତମାଳ ଲୋ

ଫୁଲରେ କରିବ ସୁ ଶୋଭନ


ଯାଇ ଯୁଇ ମଲ୍ଲି ଫୁଲକୁ ଆଣ

କନିଅର, ଟଗର ମନ୍ଦାର ଅଛି ଯେ

ପୁଷ୍ପରେ ହସିବ ସେ ଉପବନ


ଝରାମନ୍ଦାର ସୁନାରୀ ର ଝାଡଣ

କେଡେ ମନୋରମ ଦିଶୁଥିବ ସେ ଲୋ

ତାଳ ପିଜୁଳି ସହ ଆତ ତୋରଣ


କୁମ୍ଭାଟୁଆ ପଢେ ଶୁଭେଚ୍ଛା ଗାନ

କିଚିରି ମିଚିରି ଚଢେଇମାନେ ଯେ

କରୁଥିବେ ବସି ଆନନ୍ଦ ତାନ


ଧୀରେ ଶୁଭୁଥିବ ବଂଶୀର ସ୍ୱନ

ଗୋପୀମାନଙ୍କର ମନ କିଣିବଲୋ 

ମୋହିନେବ ସିଏ ସବୁରି ମନ

  

କାହ୍ନାର ଆସିଛି ବସ୍ତ୍ର ନୂତନ

ହଳଦିଆ ବର୍ଣ୍ଣ ରେଶମୀ ପାଟ ଯେ

ହୋଇବ କାହ୍ନାର କଟି ବସନ 


ରାଧା ସହ ସବୁ ସଖୀଗଣ

ତିଳକ ମଥାରେ ସଜେଇ ଦେବେ ଯେ

କପାଳ ଉପରେ ଟିପି ଚନ୍ଦନ


ମୟୂରପକ୍ଷୀଟି କରିବ ଦାନ

ସାଉଁଟି ଆଣିବ ତାହାର ପୁଛକୁ 

କହ୍ନେଇର ଚୁଳ ହେବ ମଣ୍ଡନ


ପତ୍ର ପୁଷ୍ପର ଗହଣା ମାନ

ଖଞ୍ଜି ଦେବେ ମାଆ ସବୁ ଅଙ୍ଗରେ ଯେ

ଦିଶିବ ଆହା କି ଶୋଭାବନ


କ୍ଷୀରି ପୁରି ସହ କାନିକା ଅନ୍ନ

ମାଆ କରିଛନ୍ତି ଖୀର ପୋଡପିଠା 

ଖାଇବା, ସଭିଏଁ ମନ ଉଛନ୍ନ


ଚାଲ ସାଙ୍ଗ ଯିବା କୁଞ୍ଜ ବନ

ନଗଲେ କହ୍ନେଇ ଋଷି ବସିବଲୋ

ଭାଙ୍ଗିବ କିଏ ସେ ତାହାର ମାନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children