STORYMIRROR

Geetanjali Prusty

Fantasy

4  

Geetanjali Prusty

Fantasy

କହଲୋ ଶେଫାଳୀ କହ

କହଲୋ ଶେଫାଳୀ କହ

1 min
211


କହଲୋ ଶେଫାଳୀ କହ

କେଉଁ ଅଭିମାନେ ପଡ଼ିଛୁ ତୁ ଶୋଇ

ଭଲ ନାହିଁ କି ତୋ ଦେହ....


କେଡ଼େ ମନୋହର ତୋ ରୂପ ଲାବଣ୍ୟ

ଶ୍ୱେତ ଲୋହିତରେ ଭରା

କେଉଁ ବିନ୍ଧାଣି ସେ ଗଢ଼ିଦେଲା ତୋତେ

ଦେଖି ହୁଏ ଆତ୍ମହରା

ବାସୁଛୁ ତୁ ମହମହ

କେଉଁ ଅଭିମାନେ........


ସୁଦୀର୍ଘ ସମୟ ବଞ୍ଚି ରହି କେହି

ଜଗତେ ହୋଇନି ବଡ଼

ନିମିଷକ ପାଇଁ ଅସି ଏ ଧରାରେ

ଜିଣୁ ତୁ ହୃଦୟ ଗଡ଼

ତୁ ପରା ଅପରାଜେୟ

କେଉଁ ଅଭିମାନେ.......


ଶରତ ସୁଷମା କରେ ଆନମନା

ଫୁଲେ ଫୁଲେ ଭରି ଧରା

ତୋର ଅବଦାନ କରିଛି ମହାନ

ନିୟତି ନିର୍ଦ୍ଦେଶ ପରା

ଧନ୍ୟ ତୋ ଜନମ ଧନ୍ୟ

କେଉଁ ଅଭିମାନେ........


ଶେଫାଳୀ ଶେଜରେ ସୂରୁଜ ଉଇଁଲେ

ସୁନେଲି କିରଣ ଢାଳି

ଶତ ଗୁଣ ହୁଏ ସ୍ବର୍ଗୀୟ ସୁଷମା

କିଏ ବା ପାରିବ କଳି

ଲଗାଇ ଦେଇଛୁ ମୋହ

କେଉଁ ଅଭିମାନେ........


ତୋ ପ୍ରେମରେ ପଡ଼ି ପ୍ରଜାପତି ଭଳି

ଲେଖନ୍ତି କବିତା କବି

ରଙ୍ଗ ତୁଳି ଧରି ଶ୍ୱେତ କାନଭାସରେ 

ଚିତ୍ରକର ଆଙ୍କେ ଛବି

ଏଡ଼େ ତୁହି ମହନୀୟ

କେଉଁ ଅଭିମାନେ......।।


Rate this content
Log in

Similar oriya poem from Fantasy