STORYMIRROR

Bijaya kumar panda

Fantasy Others

4  

Bijaya kumar panda

Fantasy Others

ଖଜୁରୀ ଗଛର କି ଗୁଣ ଗାଇବି

ଖଜୁରୀ ଗଛର କି ଗୁଣ ଗାଇବି

1 min
488

ଖଜୁରୀ ଗଛର କି ଗୁଣ ଗାଇବି

        ମୂୂୂୂଳ ରୁ ପାହାଚ ପାହାଚ

ବାଛି ନେଇଅଛିି ଦୁର୍ଗଗମ ର ପଥ

        ଛାଡି ଯାଇଛି ସେ ଅନେକ ଚିହ୍ନ।

କଣ୍ଟକିତ ମୋ ଶରୀର ମନଟା ନିର୍ମଳ

        ମୋ ଦେହରେ ବହିଯାଏ ବୈଶାଖୀ ସମୀର,

ଅତି ଦନ୍ତୁରୀତ ବିିଭତ୍ସ ମୋହରି ଯୌବନ

        ମରୁଭୂମିି ମଶାଣି ଅପନ୍ତରା ରେ କରେ ବାସ।

ଛାଇ ମୋ ଶୀତଳ କିନ୍ତୁ ଅଟେ ସେହି କ୍ଷୁଦ୍ର

       ଯନ୍ତ୍ରଣା ଦିଏ କେତେ ତୋଳିଲେ ଯେ ଫଳ

ପିିିଲା ଠାରୁ ବୁଢ଼ା କାହାରି ନୁହେଁ ମୁଁ ନିଜର

       ଭରସା ହୋଇ ନପାରେ କ୍କା୍ନ୍ତ ପଥିକର।

ଆବର୍ଜନା ମୋ ମୂୂୂୂଳେ କେତେ ଜୀବଙ୍କର ବାସ

      ସାହା କି ଭରସା ନାହିଁ ଅଟେ ଶାଖା ହୀନ

ଦିିିନ ପରେ ଦିନ ବିତି ଯାଏ ଏ ବୟସ

       ଏ ମନ ପ୍ରାଣରେ କେବେ ଛୁଇଁନି ହରଷ।

ସୃୃଷ୍ଟିର ସ୍ରଷ୍ଟା ଯେବେ କରିଲେ ସର୍ଜନା

       ମୋ କପାଳେ ଲେଖିଥିଲେ ଅନେକ ଯାତନା

ତଥାପି ଫଳରେ ଭରିଅଛି ମଧୁ ପରି ମିଠା

        ସେବନରେ ମେଣ୍ଟିଯିବ ଜଗତର ତୃଷ୍ଣା।

ନକରେ ଏହି ପ୍ରାଣ ଯଦି ପର ଉପକାର

        ଧିକ ତା ଜୀବନ ଜନ୍ମ ହୋଇ ଏ ଭୂ-ମଣ୍ଡଳ

ଚହଟ ଚିକ୍କଣ ରେ ନାହିଁ କିିଛ ଲାଭ

        ଏ ପିିଣ୍ଡ ନ ଲଭିଲେ ଦୟା କ୍ଷମା ଭାବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy