ଜନ୍ମ, ଜୀବନ ଓ ମୄତ୍ଯୁ
ଜନ୍ମ, ଜୀବନ ଓ ମୄତ୍ଯୁ
ଜୀବନର ସଂଜ୍ଞା ଜନ୍ମ ଓ ମୄତ୍ଯୁର
ବ୍ୟବଧାନ ଅଟଇ ।
ଏହି ବ୍ଯବଧାନ ସମାନ ନୁହଁଇ
ସବୁ ମଣିଷଙ୍କ ପାାଇଁ ॥
ଶିଶୁ ଜନ୍ମ କାଳ ଇଚ୍ଛାରେ ନିର୍ଣ୍ଣେୟ
କରେ ଆଜିର ଡାକ୍ତର ।
ମରଣ ସମୟ ସଠିକ କହିବା
ଉତ୍ତର ନାହିଁ କାହାର ॥
ଦୁନିଆ ବୁକୁରେ ଭଲ କାମ କଲେ
ସ୍ମୃତି ହୋଇ ଯାଏ ରହି ॥
ସବୁ ଦିନ ଲାଗି ସବୁରି ହୄଦୟେ
ରହେ ସେ ଅମର ହୋଇ ॥
ଜନମ ଲଭିଲେ ମରଣ ନିଶ୍ଚିତ
ଏ ତ ଚିରନ୍ତନ ସତ୍ୟ ।
ମାନବ ସେବାରେ ନିୟୋଜିତ ହୋଇ
ହୁଅ ସଦା ପ୍ରଶଂସୀତ ॥
ଲିଭି ଲିଭି ଆସେ ଜୀବନ ପ୍ରଦୀପ
ସରି ସରି ଆସେ ଆୟୁ॥
ଅନିତ୍ୟ ସଂସାରୁ ବିଦାୟ ପୂର୍ଦରୁ
ଅଭୁଲା ସ୍ମୃତିଟେ ଥାଉ ॥
ହିଂସାଦ୍ବେଷ,କ୍ରୋଧ ତେଜିଲେ ହୋଇବ
ସଭିଙ୍କ ଶ୍ରଦ୍ଧା ଭାଜନ ।
ମୄତ୍ଯୁ ପରେ ସର୍ବେ ଲୁହ ଝରାଇବେ
କରି ତୁମ ଗୁଣ ଗାନ॥
ଏଇ ତ ଜୀବନ ଜନମ ମୄତ୍ଯୁର
ଏକ ଅଦ୍ଭୁତ ରହସ୍ୟ ।
ବୁଝିବାକୁ ତାହା ଚେଷ୍ଟା ଚଳାଇଛି
ତଥାପି ଆଜି ମନୁଷ୍ଯ ॥