STORYMIRROR

Barsha Swain

Romance Fantasy

3  

Barsha Swain

Romance Fantasy

ଚରମ ଅନୁଭବ

ଚରମ ଅନୁଭବ

1 min
182

     

   

ତୁମକୁ ସଜାଇବାକୁ ଇଛା ହୁଏ

ଲେଖନୀର ନିହାଣମମୁନରେ 

ଅସଜଡା ଶବ୍ଦର ପ୍ରାଚୁର୍ଯ୍ଯ ମେଳରେ

ଥିବା ନଥିବାର ଭ୍ରମ ଭିତରେ

ଗହଳ ଗହଳ ତରୁଲତାର ନିକୁଞ୍ଜ ଭିତରେ। 


ତୁମକୁ ସାଉଁଟି ନେବାକୁ ଇଛା ହୁଏ

ରାଶି ରାଶି ବାଲୁକାରେଣୁ ମଧ୍ୟରୁ

ଅତଳ ସାଗର ବକ୍ଷରୁ ନୀଳ ଜଳରାଶି ମାଳାରୁ

ମୁକ୍ତାଗର୍ଭା ଶାମୁକା ସାଉଁଟିବା ପରି

ଅସଂଖ୍ୟ ତଣ୍ଡୁଳରାଶି ଓ ଶୋରିଷର ମିଶ୍ରଣରୁ

ତଣ୍ଡୁଳ ଦାନା ଖୁଣ୍ଟିନେବା ପରି। 


ତୁମକୁ ବୁଝିବାକୁ ଚେଷ୍ଟା କରେ

ଅବୁଝା ଅଙ୍କର ଗହୀର ଭିତରୁ

ମାପିବାକୁ ଚେଷ୍ଟା କରେ ଦୂରତା

ସ୍କେଲର ସାହାଯ୍ୟରେ ଜ୍ଯାମିତିକ ଦୃଷ୍ଟିକୋଣ ନେଇ

ଦୂର ଦିଗ୍ ବଳୟକୁ ନିର୍ବିକାରେ ଚାହିଁ 

ଶେଷ ସୀମାନ୍ତରେ ପହଁଚିବାକୁ ?


ତୁମକୁ ଗଢିବାକୁ ଚେଷ୍ଟା କରେ (ସ୍ମୃତିରେ)

ଅଦଡ ଖଦଡ ପ୍ରସ୍ତର ସବୁ ନେଇ (ଭାବନା ରାଶିରେ) 

ଜୀର୍ଣ୍ଣ ସ୍ଥାପତ୍ୟର ମୁଖଶାଳା ସଜାଡିବା ପରି

ନିର୍ମାଣ କରି ବସେ ଏକ ଅଦ୍ୱିତୀୟ ଅଟାଳିକା

ଯାହା ଅପୂର୍ଣ୍ଣତାର ପରିଚୟ ଦେଇ ପୂର୍ଣ୍ଣ 

ତ କେବେ କେବେ

ଉପସ୍ଥିତିର ହକ୍ ଜାହିର କରି ଅନୁପସ୍ଥିତ ।


ତଥାପି ଚରମ ଅନୁଭୂତି ନେଇ

ଅତୃପ୍ତ କାମନାର ତୃଷ୍ଣା ତ୍ଯାଗି

ଥରେ ଥରେ ପରିପୂର୍ଣ୍ଣତାକୁ ସ୍ପର୍ଶ କରିବାକୁ

ହେଲେ ବାସ୍ତବତାର ନିର୍ମମ ପ୍ରହାରେ

ମୁଁ ପୁଣିଥରେ ପ୍ରକୃତିସ୍ଥ ହୁଏ।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance