Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Fantasy

3  

Pratima Satpathy

Fantasy

ଆସୁଛି ନୂଆ ବରଷ.

ଆସୁଛି ନୂଆ ବରଷ.

1 min
218



ଯାଉଛି ବାଇଶି, ଆସୁଛି ତେଇଶି

    ଅସରନ୍ତି ଆଶା ନେଇ

ସୁଖ ଶାନ୍ତି ବିରାଜିବ ସର୍ବ ମନେ

    ହସିବ ମରତ ଭୂଇଁ l

ନୂଆ ବରଷର ସକାଳେ ସୁରୁଜ

    ରଙ୍ଗୀନ କିରଣ ଦେବେ 

ସେହି କିରଣରେ ଅମୃତ ବର୍ଷିବ

   ସର୍ବେ ସୁଖରେ ରହିବେ l

ରାତି ବାର ଟାରେ ନୂଆ ରୂପ ନେଇ

    ଆସିବ ନୂଆ ବରଷ

ସ୍ୱାଗତ କରିବେ ବାଣ ଫୁଟେଇକି

     କରୁଥିବେ ଭୋଜି ଭାତ l

ରଙ୍ଗେ ରଙ୍ଗା ୟିତ ହୋଇଣ ପୃଥିବୀ

    ମନ ଖୋଲି ସଜ ହେବ

ମୁକ୍ତା ବରଷିବ ଟୋପା ଟୋପା ହୋଇ

    ଗଛ ଲତା ଯେ ହସିବ l


ଆସ ଆସ ଦୁଇ ହଜାର ତେଇଶି

    ସୁଖର ପସରା ନେଇ

ବାଣ୍ଟି ଦେବ ତାକୁ ସାରା ଜଗତରେ 

    ହସୁ ମୋ ଭାରତ ଭୂଇଁ l

ତୁମ ଦିବ୍ୟ ସ୍ପର୍ଶ ଅନୁଭବ ହେଲେ

   ଭୁଲିଯିବେ ମନୁ ଦୁଃଖ

ଆସ ଆସ ତୁମେ ହେ ନୂଆ ବରଷ

   ଦେଇଯାଅ ଶାନ୍ତି, ସୁଖ l


Rate this content
Log in

Similar oriya poem from Fantasy