STORYMIRROR

Keshab Chandra Dash

Fantasy Inspirational Others

4  

Keshab Chandra Dash

Fantasy Inspirational Others

ଏକା କର୍ମ ଅଟେ ତୋର....

ଏକା କର୍ମ ଅଟେ ତୋର....

1 min
271

ଜନ୍ମ ତୋର ଅଟେ ମାଆର ଗର୍ଭରୁ ତତେ ନାମ ଦେଇଛନ୍ତି ବନ୍ଧୁ ପରିଜନ,
ଆୟ ମଧ୍ୟ ପାଇଅଛୁ ଅନ୍ୟ ମାନଙ୍କ ଦୟାରୁ ଅନ୍ୟଠାରୁ ମିଳିଅଛି ତତେ ହିଁ ସମ୍ମାନ।

ଶିକ୍ଷା ମଧ୍ୟ ପାଇଅଛୁ ଅନ୍ୟଠାରୁ ତୁହି
ଦେଇଛନ୍ତି ତାହା ତତେ ନିଜ ଗୁରୁଜନ,
ଜ୍ଞାନୀ ବୋଲି ନିଜକୁ ତୁ ବାହାବା ନେଉଛୁ ଯହିଁରେ ଅଛି ଯେ ଅନ୍ୟର ଅବଦାନ।

ଜାଣିଥାରେ ଅନ୍ୟମାନେ ଦେବେ ତତେ ଜୀବନର ପ୍ରଥମ ଆଉ ଯେ ଅନ୍ତିମ ସ୍ନାହାନ ମଲାପରେ ତତେ କୋକେଇରେ ନେବେ
ନିଜର ଯେତେ ଅଛନ୍ତି ଜ୍ଞାତି ପରିବାର ଜନ।


ମଲାପରେ ସବୁ ଲୁଟି ଖାଇଯିବେ
ନିଜର ସଞ୍ଚିତ ଉପାର୍ଜିତ କଲା ଧନ,
ନିଜ ପରିବାର ଲୋକଙ୍କ ଦ୍ଵାରା ନାଶଯିବ ଖାଇଯିବେ ତାକୁ ହୋଇ କୁକୁର ବିଲୁଆ ସମାନ । 

ଅନ୍ୟମାନଙ୍କ ଦ୍ଵାରା ସମ୍ପନ୍ନ ଯେ ହେବ
ତୋର ଅନ୍ତିମ ଯାତ୍ରାର ସଂସ୍କାର ,
ଏହି ସମ୍ପୂର୍ଣ୍ଣ ଶରୀର ମଧ୍ୟ ତୋର କେବେ ନୁହଁ ମଲାପରେ ଏହା ହେବ ଅନ୍ୟର ଅଧିକାର।


ଯାହା କେବେ ଅନ୍ୟର ହୋଇ ରହିନାହିଁ
ନେବେ ନାହିଁ କେହି ଏଠି କରିଥିବା କର୍ମ ତୋର, ଜନହିତ ପାଇଁ ଯାହା କରି ଯାଇଅଛୁ ଏକା କର୍ମ ଅଟେ ତୋର, ଯାହା ତତେ ରଖିବ ଅମର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy