STORYMIRROR

Amit Bal

Fantasy Inspirational

3.8  

Amit Bal

Fantasy Inspirational

ସଂପର୍କର ନୀଳ ପରିଭାଷା

ସଂପର୍କର ନୀଳ ପରିଭାଷା

13 mins
13.6K


ଆକାଶ ପରି ସେ ବ୍ୟାପ୍ତ

ପ୍ରତି ମୁହୂର୍ତ୍ତରେ ମନକୁ କରେ ଆନ୍ଦୋଳିତ

ମଝି ସମୁଦ୍ରରେ ମୁଁ

ତଥାପି ଶୋଷ ମୋର ଅବଦମିତ

ଜୀବନ ସରି ସରି ଯାଉଛି କାହାଣୀ ସରୁନି,

ବଢୁଛି କେବେ କ୍ଷୁଧାର ଆଧିପତ୍ୟ

ଦିଶୁଛି କେବେ ଅହଂର ଉପତ୍ୟାକା

ଅଥଚ ପଡୁନି କେଉଁଠି ବି ଯବନିକା;

ମୁଖା ଆଢୁଆଳର ମଣିଷ ହୋଇ ଆଜି ଆମେ

ଜାଣିଶୁଣି ଆପଣେଇ ନେଉଛେ ଅନ୍ଧତ୍ଵ

ଉଜାଡି ଦେଉଛେ ଭାବର ଜଙ୍ଗଲ, ଅଭୟାରଣ୍ୟ,କ୍ଷେତ

ବଦଳିଯାଉଛି ଶିହରିତ ସଂପର୍କର ନୀଳ ପରିଭାଷା

ବିଦ୍ରୁପର ଯନ୍ତ୍ରଣାରେ ଛଟପଟ ହେଉଛି

ଠିକଣା ବିହୀନ ଅସ୍ତବ୍ୟସ୍ତ ଅବିନ୍ୟସ୍ତ ; ଆଶା ଓ ଭରସା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy