STORYMIRROR

Keshab Chandra Dash

Classics Fantasy Others

4  

Keshab Chandra Dash

Classics Fantasy Others

କୃଷ୍ଣ ବନ୍ଦନା

କୃଷ୍ଣ ବନ୍ଦନା

1 min
163

ଜାଗ୍ରତ ହିଁ କୃଷ୍ଣ , ଗମନ ହିଁ କୃଷ୍ଣ 
କୃଷ୍ଣ ସଂଧ୍ୟା, କୃଷ୍ଣ ପ୍ରଭାତ,
ବୁଦ୍ଧି ହିଁ କୃଷ୍ଣ, ଚିତ୍ତ ହିଁ କୃଷ୍ଣ 
କୃଷ୍ଣ ସ୍ଥାଣୁ, କୃଷ୍ଣ ଆତଯାତ।

ରାତ୍ରି ହିଁ କୃଷ୍ଣ, ଦିବସ ହିଁ କୃଷ୍ଣ 
କୃଷ୍ଣ ସ୍ବପ୍ନ, କୃଷ୍ଣ ଶୟନ,
କାଳ ହିଁ କୃଷ୍ଣ, କଳା ହିଁ କୃଷ୍ଣ 
କୃଷ୍ଣ ଜନ୍ମ,କୃଷ୍ଣ ମରଣ।

କର୍ମ ହିଁ କୃଷ୍ଣ, ଭାଗ୍ୟ ହିଁ କୃଷ୍ଣ 
କୃଷ୍ଣ ପରମାର୍ଥ, କୃଷ୍ଣ ପୁରୁଷାର୍ଥ,
ମାସ ହିଁ କୃଷ୍ଣ, ବର୍ଷ ହିଁ କୃଷ୍ଣ 
କୃଷ୍ଣ ଶବ୍ଦ, କୃଷ୍ଣ ଅର୍ଥ ।

କଢ଼ି ହିଁ କୃଷ୍ଣ , କୁସୁମ ହିଁ କୃଷ୍ଣ 
କୃଷ୍ଣ ସ୍ନେହ ,କୃଷ୍ଣ ରାଗ ,
ଭୋଗ ହିଁ କୃଷ୍ଣ , ତ୍ୟାଗ ହିଁ କୃଷ୍ଣ 
କୃଷ୍ଣ ଅନୁରାଗ, କୃଷ୍ଣ ପରାଗ।

ଭକ୍ତି ହିଁ କୃଷ୍ଣ , ପ୍ରେମ ହିଁ କୃଷ୍ଣ 
କୃଷ୍ଣ ଜୀବ, କୃଷ୍ଣ ବିଜ୍ଞାନ,
ବ୍ରହ୍ମ ହିଁ କୃଷ୍ଣ , ପରମ ସାଧ୍ୟ ହିଁ କୃଷ୍ଣ 
କୃଷ୍ଣ ଆରାଧ୍ୟ, କୃଷ୍ଣ ତତ୍ଵଜ୍ଞାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics