STORYMIRROR

Pramod Kumar Jena

Fantasy Inspirational

3  

Pramod Kumar Jena

Fantasy Inspirational

ପ୍ରଦର୍ଶନୀ

ପ୍ରଦର୍ଶନୀ

17 mins
13.3K


ପ୍ରଦର୍ଶନୀ

ଉଡି ଉଡି ଗଲି ସରଗ ଦେଶେ

ଯାଇ ପହଞ୍ଚିଲି ଯମ ଉଆସେ

ଲାଗିଅଛି ପ୍ରଦର୍ଶନୀ ଅଦ୍ଭୁତ

କାନ୍ଥରେ ଲାଗିଛି ଫଟୋ ବହୁତ

ବୁଝାନ୍ତି ପାଖେ ଠିଆ ଯମଦୂତ

ଭାବିଲି ଦେଖୁଛି ମିଛ ନା ସତ

ଗୋଟି ଗୋଟି ମୋତେ ଦେଲେ ବୁଝାଇ

ଫଟୋ ଲାଗିଛି ଏଠି କିମ୍ପାଇଁ

କେତେ ବଡ କାମ ସେମାନେ କଲେ

ଫଟୋ ଗ୍ୟାଲେରୀରେ ଶୋଭା ପାଇଲେ


ଫୋଟ ନଂ – 1

ମୁଣ୍ଡରେ ରୁମାଲ୍ କାନରେ କୁଣ୍ଡଳ

ଦୁଇ ହାତ ଛାଡି ମଟର୍ ସାଇକେଲ

ଦେଖାଉଥିଲେ ସେ କେଡେ କରାମତି

ବାହାଦୁରୀ ମାରି ଛାତି ପିଟିପିଟି

ପଥରରେ ବାଜି ଗାଡି ଖସିଗଲା

ଏଠିକି ଟିକଟ ଜଲଦି ମିଳିଗଲା


ଫୋଟ ନଂ – 2

ମଦ ମାଉଁସରେ ବଡ ସରାଗ

ବିଡି ସିଗାରେଟ୍ ଧୁଆଁଟି ଆଗ

ଦେଶୀ ଗୁଆ ଘିଅ ମାଖନ ମାରି

ପରଟା କୁଲଚା ଚକୁଳି ପୁରୀ

ଖାଇ ଖାଇ କଲେ ଏଡିକି ପେଟ

ଏଠିକି ମିଳିଲା ଜଲଦି ଟିକଟ


ଫୋଟ ନଂ – 3

ଦାଦାବଟି ଡକାୟତି

ମାରାମାରି ହାତାହାତି

ପୁଲିସିର ଡର ନାହିଁ

ଖାଲି ଟିକେ ଡ୍ରଗ୍ସ୍ ପାଇଁ

ଚୋରିବେଳେ ପୁଲିସିର ଗୁଳି ବାଜିଗଲା

ଇଚ୍ଛା ନଥିଲେ ବି ଟିକଟ ଜଲଦି ମିଳିଗଲା


ଫୋଟ ନଂ – 4

ସେଲଫି ନେବାରେ ଇଏ ବଡ ଉସ୍ତାଦ

ନଦୀ ନାଳ ଘାଟ ସମୁଦ୍ର ତଟ

ରେଳ ଉପରେ ହୋଇଣ ଠିଆ

ସେଲଫି ନେଉଥିଲେ ଏକ ହାତିଆ

ପାଖ ତାର ଖୁଣ୍ଟି ହୋଇଲା କାଳ

ଟିକଟ ମିଳିଲା ତାକୁ ସହଳ


ଫୋଟ ନଂ – 5

ଏମାନେ ତ ଜଣାଶୁଣା ଆମ ଅଜା ଆଇ

ତାଙ୍କ ଫୋଟ ଏଠି ଲାଗିଛି କିମ୍ପାଇଁ

ପୁଅ ଝିଅ ସବୁ ନାପିଲେ ରାସ୍ତା

ଅଚଳ ହୋଇଲେ ହେବୁ ହିନସ୍ତା

ବୟସ ହୋଇଲା ଅଶିଏ ପାର

ଡାକିଲେ ଆମକୁ ନିଅ ଠାକୁର

ବୁଢାବୁଢୀଙ୍କର ଏ ଛଟପଟ

ବାଧ୍ୟ ହୋଇ ଦେଲୁ ତାଙ୍କୁ ଟିକଟ

ଚିତ୍ରଗୁପ୍ତ ଦେଖି ଆକଟ କଲା

ବିନା ଟିକଟରେ ଏ କାହୁଁ ଅଇଲା

କିଏ ମୋତେ ପଛୁ ଗୋଇଠା ଦେଲା

ଖଟ ତଳେ ପଡି ମୋ ନିଦ ଭାଙ୍ଗିଲା


Rate this content
Log in

Similar oriya poem from Fantasy