Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Classics Fantasy

3  

Satyanarayan Sahoo

Romance Classics Fantasy

ସୀତା ଠାବ

ସୀତା ଠାବ

1 min
186



ସିନ୍ଧୁ ପାରି ହୋଇ ଯାଇ ହନୁମାନ ଲଙ୍କାରେ ଦେଖିଲା ,

ସୁବର୍ଣ୍ଣ ଲଙ୍କା ମନ ତାର ଶଙ୍କାରେ ।

କୋବିଦେ , ସତେ ଦେବୀ ଜାନକୀଙ୍କୁ ଦେଖିବି ।

ବାରତା ନେଇ ମୁଁ ରାମ ଅଗ୍ରତେ ଜଣା ଇବି ? ୧


ସୁତୁଙ୍ଗ ପ୍ରାସାଦ ମାଳା , ପୁର ପଲ୍ଲୀ ନଗରେ

ମୟ ବିରଚିତ ସ୍ଵର୍ଣ୍ଣ ମୟ ଦ୍ଵୀପ ସାଗରେ ।

କୋଵିଦେ , ପରିଷ୍କାର ପରଚ୍ଛନ୍ନ ସବୁ ଘର 

ବିଦ୍ୟୁତ ଆଲୋକ ମାଳା ଚକ ମକ ସୁନ୍ଦର ।୨ 


ଏକେ ତ ସର୍ଵରୀ ଦୁଜେ ନିଦ୍ରାଗତ ସରବେ 

ମଶକ ବେଶକୁ ଧରି ହନୁମାନ ଗରବେ ।

କୋବିଦେ , ଖୋଜେ ସେ ଜାନକୀ ଥିବେ କେଉଁ ଠାବେ ।

କେଉଁଠି ନ ଦେଖି ବୀର ସେ , ବିରସରେ ଭାବେ । ୩


ବୃଥା ଶ୍ରମ କରି କାହିଁକି, ହେଲି ସିନ୍ଧୁ ପାରେ 

ଖୋଜି ତ ସାରିଲି ଯେତେକ, ସକଳ ଆଗାରେ ।

କୋବିଦେ, ଜୀବନେ ଥିବେ କି ? ମା' ସୀତା ଏ ଠାରେ

ଭାଳି ଭାଳି ପହଞ୍ଚିଲା ଅଶୋକ ବାଟିକାରେ  ।୪


ଶିଂସପା ବୃକ୍ଷର ମୂଳେ ନାରୀ ଏକ ଦେଖିଲା

ହେବେ କି ! ଜାନକୀ ଏହି ମନେ ମନେ ଭାବିଲା ।

କୋବିଦେ , ପଲ ପଲ ଅସୁରୀ ତହିଁ ଦେଖିଲା

ଅତି ଅସଞ୍ଜତ ସରବେ ବେଢ଼ିକି ନିଦିରା ।୫


ପହୁଡି ଅଛନ୍ନ୍ତି ରହି ତହିଁ ଅଚେତନରେ

ଚଢ଼ି କି ଚାହିଁଲା ହନୁ ସେ ବୃକ୍ଷର ଡାଳରେ ।

କୋବିଦେ, ସତେ !, ଜାନକୀ, ଭାଳଇ ସେ ମନରେ ।

ମନ ଦେଲା ଅବିରତ ରାମ ନାମ ଜପରେ । ୬


ତା' ଶୁଣି ଜାନକୀ ନିଦ୍ରା ଭାଜି ଗଲା ତୁରିତ

ଚଉଦିଗେ ଅନାଇଲେ ହୋଇ ଅତି ଚକିତ ।

କୋବିଦେ, ଉପକୁ ଚାହିଁ ଦେଇ ସେ ହେଲେ ଭୀତ 

ମର୍କଟଟେ ଦେଖୁ ଦେଖୁ ହୋଇ ଅତି କମ୍ଫିତ ।୭


ପୁଚ୍ଛିଲେ କିଏ ରେ, ତୁହି କାହିଁ ପାଇଁ ଆଗତ

ରାମଙ୍କର ଦୂତ ମୁଁହି ଗୋ, ହନୁ ଆଗୋ, ମାତ ।

କୋବିଦେ, କିଏ, ତୁମ୍ଭେ କହି ଦିଅ ମୋତେ ସତ

ମୁହିଁ ରାମଙ୍କର ଘରଣୀ ସୀତା ଆରେ ସୁତ ।୭


ରାବଣ ଚୋରାଇ ମୋତେ ରଖିଛି ଏଠି ଆଣି

ଚଉ ପାଶେ କରି ଅଛି ଅସୁରିରେ ବେଢ଼ଣୀ ।

କୋବିଦେ, ମୁଦ୍ରିକା ଦେଖାଇଣ ହନୁ ଦୟିନି

ଚାଲ ଗୋ ମାତ, ନେବଇଁ ରାମ ପାଶକୁ ଘେନି । ୮


ବୋଇଲେ ସିତୟା ବାବୁରେ ରାମେ ଦିଅ ସନ୍ଦେଶ

ଯୁଦ୍ଧରେ ବିଜୟ କରି, ଜିଣନ୍ତୁ ଲଙ୍କା ଦେଶ ।

କୋବିଦେ,  କରନ୍ତୁ ଆସି ଏଥେ ବେଗେ ପ୍ରବେଶ 

ରାମଙ୍କ ସହିତ ମୁଁହି ଫେରିବି ନିଜ ଦେଶ । ୯



Rate this content
Log in

Similar oriya poem from Romance